ETV Bharat / city

ଟିକା ସାର୍ଟିଫିକେଟରେ ଲୋକଙ୍କ ଫଟୋ ରହୁ: ସୁର - ଟୀକା ରାଜନୀତି

କୋରୋନା ମହାମାରୀରେ ଟିକା ରାଜନୀତି ପରେ ଏବେ ଫଟୋ ରାଜନୀତି ତେଜିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । କୋରୋନା ଟିକା ସାର୍ଟିଫିକେଟରେ ଲୋକଙ୍କ ଫଟୋ ଲଗାଯାଉ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Suro routray reation on vaccine photo politics
ଟୀକା ସାର୍ଟିଫିକେଟରେ ଲୋକଙ୍କ ଫଟୋ ରହୁ: ସୁର
author img

By

Published : Jun 22, 2021, 6:52 PM IST

ଭୁବନେଶ୍ବର: କୋରୋନା ମହାମାରୀରେ ଟୀକା ରାଜନୀତି ପରେ ଏବେ ଫଟୋ ରାଜନୀତି ତେଜିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଟିକା କେନ୍ଦ୍ରରେ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ବିଜେପି କର୍ମୀ ମାନେ ଚିରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି ।

ଟୀକା ସାର୍ଟିଫିକେଟରେ ଲୋକଙ୍କ ଫଟୋ ରହୁ: ସୁର

ସାରା ଦେଶରେ ଗତକାଲି ଠାରୁ କୋରୋନା ମହାମାରୀ ଲଢେଇରେ ଟୀକାକରଣ ପ୍ରକ୍ରିୟାକୁ ଜୋରାଦାର କରାଯାଇଛି । କେନ୍ଦ୍ର ସରକାର ମିଶନ ମୋଡରେ ଆରମ୍ଭ କରିଛନ୍ତି ଟୀକାକରଣ ପ୍ରକ୍ରିୟା । ଗତକାଲି ବିଶ୍ବରେକର୍ଡ 86.16 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଟୀକାର ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଚାଲିଛି । ଟୀକାକରଣ ନେଇ ଚାଲିଥିବା ପୋଷ୍ଟର ବିବାଦ ଉପରେ ବରିଷ୍ଠ କଂଗ୍ରେସ ନେତା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟିକା ଜନସାଧାରଣଙ୍କ ଟ୍ୟାକ୍ସ ପଇସାରେ ଟିକା କିଣାଯାଇଛି । ଏଠାରେ ମୋଦି ହେଉ କି ନବୀନଙ୍କ ଫଟୋ ଟୀକା କେନ୍ଦ୍ରରେ ନଲଗେଇବା ପାଇଁ କହିଛନ୍ତି । କୋରୋନା ଟିକା ସାର୍ଟିଫିକେଟରେ ଲୋକଙ୍କ ଫୋଟ ଲଗାଯାଉ ବୋଲି ସୁର କହିଛନ୍ତି ।

ସୂଚନାଥାଉକି ଗତକାଲି ରାଜ୍ୟ ଟିକାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତି ଜୋରଦାର ହୋଇଛି । କେଉଁଠି ପୋଷ୍ଟର ଚିରା ଯାଇଛି ତ କେଉଁଠି ଟୀକାକରଣ ସାର୍ଟିଫିକେଟରେ ଫଟୋକୁ ନେଇ ଟଣାଓଟରା ଚାଲିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.