ETV Bharat / city

ଚୀନ-ପାକିସ୍ତାନ ଛାତିରେ ଛନକା: Agni-Vର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା 5000 KM

author img

By

Published : Oct 27, 2021, 9:00 PM IST

ପ୍ରତିରକ୍ଷା କ୍ଷେତ୍ରରେ ବଢିଲା ଭାରତର ଶକ୍ତି । ଓଡିଶା ଉପକୂଳ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଅଗ୍ନୀ-୫ର ସଫଳ ପରୀକ୍ଷଣ କଲା ଡିଆରଡିଓ । ୫ ହଜାର କିମି ରହିଛି ଲକ୍ଷ୍ଯଭେଦ କ୍ଷମତା । ଅଧିକ ପଢନ୍ତୁ..

ଅଗ୍ନୀ-୫ର ସଫଳ ପରୀକ୍ଷଣ
ଅଗ୍ନୀ-୫ର ସଫଳ ପରୀକ୍ଷଣ

ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ବଢିଲା ଭାରତ । ଡିଆରଡିଓକୁ ଜବରଦସ୍ତ ସଫଳତା । ବଢିଲା ଭାରତର ମିସାଇଲ ଶକ୍ତି ।

ଆଜି (ବୁଧବାର) ବାଲିଷ୍ଟିକ ମିସାଇଲ ଅଗ୍ନି-5ର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଓଡିଶା ଉପକୂଳ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ (Agni-5)ର ସଫଳତାର ସହ ପରୀକ୍ଷଣ ହୋଇଛି ।

ଆଜିର ଏହି ସଫଳ ପରୀକ୍ଷଣ ପରେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ କ୍ଷେତ୍ରରେ ଭାରତ ‘ପ୍ରଥମ ବ୍ୟବହାର କରିବ ନାହିଁ’ ନୀତି ଅବଲମ୍ବନ କରିବ ବୋଲି କହିଛନ୍ତି ଭାରତ ସରକାର ।

  • Surface to Surface Ballistic Missile, Agni-5, successfully launched from APJ Abdul Kalam Island, Odisha, today. The missile, which uses 3-stage solid-fuelled engine, is capable of striking targets at ranges up to 5,000 kilometres with a very high degree of accuracy: Govt of India pic.twitter.com/vrAI2y2LhD

    — ANI (@ANI) October 27, 2021 " class="align-text-top noRightClick twitterSection" data=" ">

ଏହାର ଲକ୍ଷଭେଦ କ୍ଷମତା ରହିଛି ୫ ହଜାର କିମିରୁ 8 ହଜାର କିମି । ଯାହା ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଏକ ବଡ ସଫଳତା । ଆଜିର ଏହି ସଫଳ ପରୀକ୍ଷ ପରେ ଭାରତ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ମାଇଲ ଖୁଣ୍ଟ ଅତିକ୍ରମ କରିଛି ।

ଭାରତର ପରଣାଣୁ ଶକ୍ତି ସମ୍ପନ୍ନ ଇଣ୍ଟର କଣ୍ଟିନେଟାଲ୍ ବାଲାଷ୍ଟିକ ମିସାଇଲ (ICBM) ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଚୀନ ସମେତ ଅନେକ ଦେଶଙ୍କ ମନରେ ପଶିଛି ଛନକା । ଏହାପୂର୍ବରୁ ୭ ଥର ଅଗ୍ନି-୫ ମିସାଇଲର ପରୀକ୍ଷଣ କରିସାରିଛି ଭାରତ ।

Agni-V ICBM କୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଓ ଭାରତ ଡାୟନୋମିକ୍ସ ଲିମିଟେଡ ମିଳିତ ଭାବରେ କରିଛନ୍ତି ପ୍ରସ୍ତୁତ । ଏହି ମିସାଇଲର ରେଞ୍ଜ ୫୦୦୦ରୁ ୮୦୦୦ କିଲୋମିଟର ରହିଛି ।

ଅଗ୍ନି-୫ର ଓଜନ ହେଉଛି ୫୦ ହଜାର କିଲୋଗ୍ରାମ । ଏହା ୧୭.୫ ମିଟର ଲମ୍ବ ଓ ଏହାର ମୋଟେଇ ରହିଛି ୨ ମିଟର ଅର୍ଥାତ ୬.୭ ଫୁଟ । ଏହା ଉପରେ ୧୫୦୦ କିଲୋଗ୍ରାମ ଓଜନର ପରମାଣୁ ଅସ୍ତ୍ର ଲଗାଯାଇପାରିବ ।

ଏହି ମିସାଇଲରେ ୩ଟି ପର୍ଯ୍ୟାୟ ରକେଟ ବୁଷ୍ଟର ରହିଛି, ଯାହା କଠିନ ଇନ୍ଧନରେ ଉଡିପାରେ । ଏହାର ବେଗ ଧ୍ବନିର ଗତିଠୁ ୨୪ ଗୁଣ ଅଧିକ । ଅର୍ଥାତ ଏକ ସେକେଣ୍ଡରେ ଏହି ମିସାଇଲ ୮.୭ କିଲୋମିଟର ଦୂର ଗତିକରିପାରେ । ଏହା ପ୍ରତିଘଣ୍ଟାରେ ୨୯,୪୦୧ କିଲୋମିଟର ବେଗରେ ଶତ୍ରୁ ଉପରେ ଆକ୍ରମଣ କରିବାରେ ସକ୍ଷମ । ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ ଇନର୍ଶିଆଲ ନେଭିଗେସନ ସିଷ୍ଟମ, ଜିପିଏସ, NavIC ସାଟେଲାଇଟ ଗାଇଡାନ୍ସ ସିଷ୍ଟମ ଲାଗିଛି ।

ଅଗ୍ନି-୫ ମିସାଇଲ ସଠିକ ସମୟରେ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ଏହାକୁ ଲଞ୍ଚ କରିବା ପାଇଁ ଭୂମିରେ ଚାଲୁଥିବା ମୋବାଇଲ ଲଞ୍ଚରର ଉପଯୋଗ କରାଯାଏ । ଏହାକୁ ଟ୍ରକରେ ଲୋଡ୍‌ କରି ରାସ୍ତାରେ ଯେକୌଣସି ସ୍ଥାନରେ ପହଁଞ୍ଚାଯାଇପାରେ । ପ୍ରଥମ ଥର ବୈଜ୍ଞାନିକ ଏମ ନଟରାଜନ ୨୦୦୭ରେ ଏହି ମିସାଇଲ ପ୍ରସ୍ତୁତ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ।

ଭାରତ ଯଦି ଏହି ମିସାଇଲକୁ ଶତ୍ରୁକୁ ଆକ୍ରମଣ ଉଦ୍ଦେଶ୍ୟରେ ଉତକ୍ଷେପଣ କରେ ତେବେ ସମ୍ପୂର୍ଣ୍ଣ ଏସିଆ, ୟୁରୋପ, ଆଫ୍ରିକାର କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ଏହି ମିସାଇଲର ଖାସ କଥା ହେଉଛି ଯେ ଏହାର MIRV ଟେକ୍ନୋଲୋଜୀ ରହିଛି । ଏହି ଟେକ୍ନୋଲୋଜୀରେ ମିସାଇଲ ଉପରେ ଲଗାଯାଇଥିବା ୱାରହେଡ୍‌ରେ ଗୋଟିଏ ଅସ୍ତ୍ର ପରିବର୍ତ୍ତେ ଅନେକ ଅସ୍ତ୍ର ଲଗାଯାଇପାରିବ । ଅର୍ଥାତ ଗୋଟିଏ ମିସାଇଲର ଏକା ସହିତ ଅନେକ ଲକ୍ଷ୍ୟ ଭେଦ କରିବାର ସାମର୍ଥ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.