ETV Bharat / city

ତୈଳ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ତୀବ୍ର କରିବାକୁ ସୁରଙ୍କ ଆହ୍ୱାନ

author img

By

Published : Jul 13, 2021, 8:11 PM IST

ଅତ୍ୟାଧିକ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ତୈଳର ଦରବୃଦ୍ଧି ପ୍ରତିବାଦରେ ବୁଧବାର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଅଧିକ ପଢନ୍ତୁ...

ତୈଳ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ତୀବ୍ର କରିବାକୁ ସୁରଙ୍କ ଆହ୍ୱାନ

ଭୁବନେଶ୍ବର: ତୈଳ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବୁଧବାର ସାଇକେଲ ଧରି ଶୋଭାଯାତ୍ରା କରିବ କଂଗ୍ରେସ । କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବ । ସକାଳ ୧୦ ଟାରେ କଂଗ୍ରେସ ଭବନରୁ ବାହାରି କଳ୍ପନା ଛକ, ରସୁଲଗଡ଼, ବାଣୀବିହାର ଛକ, ମାଷ୍ଟର କ୍ୟାଣ୍ଟିନ ହୋଇ କଂଗ୍ରେସ ଭବନରେ ପହଞ୍ଚିବ । ଆକାଶ ଛୁଆଁ ଦରଦାମ ବୃଦ୍ଧି ପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଦରଦାମ ବୃଦ୍ଧି ପ୍ରତିବାଦରେ ଜନସଚେତନତା ପାଇଁ ସାଇକେଲ ଶୋଭାଯାତ୍ରାରେ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ତେବେ ମଙ୍ଗଳବାର ସୁର କଂଗ୍ରେସର ଗୁମର ଖୋଲିଥିଲେ ଯେ କଂଗ୍ରେସ କର୍ମୀ ଶିଥିଳ ପଡିଯାଇଛନ୍ତି । କଂଗ୍ରେସ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ସୁର ଯଦି ଦଳରେ ଅଛ, ତାହେଲେ ଆସ ମିଳିମିଶି ଏ ଆନ୍ଦୋଳନକୁ ତୀବ୍ର କରିବା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.