ଭୁବନେଶ୍ବର: କୋରୋନା ପାଇଁ ଏଥର ଦିପାବଳୀରେ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ହେଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏହି କଟକଣାକୁ ମାନିବେ ନାହିଁ ବୋଲି କହିଛନ୍ତି ।
ଦିପାବଳୀର ଅଭିନନ୍ଦନ ଜଣାଇବା ସହ ସୁର କହିଛନ୍ତି ଯେ, ଏସବୁ ଅନ୍ୟାୟ । ପରମ୍ପରା ପାଳନ ହେବା କଥା। ଏଥିସହ ସେ କହିଛନ୍ତି ବିନ୍ଦୁ ସାଗର ଓ ପୁରୀରେ ପିଣ୍ଡ ଦାନ ପାଇଁ ବାରଣ କରିଥିବାରୁ ଏହାକୁ ସେ ନିନ୍ଦା କରିଛନ୍ତି । ବିଭିନ୍ନ ପ୍ରକାରର ବାଣ ଆଣିଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ପରିଡା, ଇଟିଭି ଭାରତ