ETV Bharat / city

ବିଧାନସଭା ଅଧିବେଶନକୁ ନେଇ ସୁର ରାଉତରାୟଙ୍କ ମନ୍ତବ୍ୟ - ବିଧାନସଭା ଅଧିବେଶନ

ଚଳିତ ମାସ 20 ତାରିଖ ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ନିଜ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

ବିଧାନସଭା ଅଧିବେଶନକୁ ନେଇ ସୁର ରାଉତରାୟଙ୍କ ମନ୍ତବ୍ୟ

author img

By

Published : Nov 5, 2020, 4:34 PM IST

ଭୁବନେଶ୍ବର: ଚଳିତ ମାସ 20 ତାରିଖ ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଏହା 40 ଦିନ ଚାଲିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ନିଜ ମତ ପ୍ରକାଶ କରିଛନ୍ତି ।

ବିଧାନସଭା ଅଧିବେଶନକୁ ନେଇ ସୁର ରାଉତରାୟଙ୍କ ମନ୍ତବ୍ୟ

ଶ୍ରୀ ରାଉତରାୟ ଅଧିବେଶନ ଚାଲିବାକୁ ଭଲ କହିବା ସହ ଏଥର ବିଧାନସଭାରେ ଷ୍ଟାର ପ୍ରଶ୍ନ ପଚାରିବା ବ୍ୟବସ୍ଥା ହଟାଇବା ଉପରେ ବାଚସ୍ପତିଙ୍କ ଉପରେ ଦୋଷାରୋପ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ନିୟମ ଭାଙ୍ଗିବା ଉଚିତ ନୁହେଁ । ଷ୍ଟାର ପ୍ରଶ୍ନ ପଚାରିବା ଯଦି ବନ୍ଦ କରି ଦେଉଛ, ତେବେ ଗିଲୋଟିନରେ ସବୁ ବିଲ ପାସ କରାଇଦିଅ ।

ଏତେଦିନ ଚଳାଇ ସରକାରଙ୍କ ଅର୍ଥ କାହିଁକି ବର୍ବାଦ କରିବା । ଶ୍ରୀ ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିବେଶନ ସମ୍ପୂର୍ଣ୍ଣ ଚାଲିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି। ସେ ତ ଗୃହକୁ ଆସିବା ପାଇଁ ଡରୁଛନ୍ତି । ତେବେ ଯେତେଦିନ ଗୃହ ଚାଲିବ କଂଗ୍ରେସ ସହଯୋଗ କରିବ ଓ ସବୁ ଆଲୋଚନାରେ ଭାଗ ନେଇ ରାଜ୍ୟର ସମସ୍ୟା ଉପରେ ଚର୍ଚ୍ଚା କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.