ETV Bharat / city

କୋଭିଡ ଟିକାକୁ ନେଇ ସୁରଙ୍କ ସନ୍ଦେହ - କୋରୋନା ଡ୍ରାଏ ରନ

ଟିକାକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ..

କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ
author img

By

Published : Jan 7, 2021, 12:41 PM IST

ଭୁବନେଶ୍ବର: କୋରୋନା ଟିକାକରଣକୁ ନେଇ ସନ୍ଦେହ ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟିକା ଦିଆଯାଉ ଓ ପରେ ମୁଖ୍ୟମନ୍ତ୍ରୀ ଓ ତୃତୀୟରେ ମୋତେ ଦିଆଯାଉ ବୋଲି କହିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକ

କୋରୋନା ଟିକାକୁ ନେଇ ଦେଶରେ ଆଶା ସଞ୍ଚାର ହୋଇଥିବାବେଳେ ଏହାର ଡ୍ରାଏ ରନ ଆରମ୍ଭ ହୋଇଛି । ଜାନୁଆରୀ 13 ସୁଦ୍ଧା ଟିକା ଉପଲବ୍ଧ ହେବ ବୋଲି ସୂଚନା ମିଳୁଛି । ତେବେ ଏପରି ସ୍ଥିତିରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ନାତୁଣୀଙ୍କୁ ପ୍ରଥମେ ଟିକା ଦିଆଗଲା ପରେ ତାହା ବିଫଳ ହେଲା ବୋଲି କହି ଭାରତରେ ପ୍ରଥମେ ମୋଦି ଟିକା ନିଅନ୍ତୁ ବୋଲି ସେ କହିଛନ୍ତି । ଏହାସହ ତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିକା ନିଅନ୍ତୁ ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.