ETV Bharat / city

ଦରଦାମ ବୃଦ୍ଧିରେ ଯୋଗାଣ ବିଭାଗ ନଜର, ଦୋକାନ ସାମ୍ନାରେ ଲାଗିଲା ଦରଦାମ ଫଳକ - କରୋନା ଭାଇରସ

କୋରୋନା ଭାଇରସ ପାଇଁ ରାଜ୍ୟରେ ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ନପାଏ ସେଥିପାଇଁ ଯୋଗାଣ ବିଭାଗ କଡା ପଦକ୍ଷେପ ଗ୍ରହଣ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Supplyer consume
Supplyer consume
author img

By

Published : Mar 25, 2020, 5:19 PM IST

ଭୁବନେଶ୍ବର: କୋରୋନା ଭାଇରସକୁ ନେଇ ଦେଶରେ ଲାଗି ରହିଛି ସଂକଟ । ମୁକାବିଲା ପାଇଁ ସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏପରିସ୍ଥଳେ ଖାଦ୍ୟ ସଂକଟ ସହ ଦରଦାମ ବୃଦ୍ଧି ପାଇବାର ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେଇଛି ।

ଦରଦାମ ବୃଦ୍ଧି ରୋକିବା ପାଇଁ ଯୋଗାଣ ବିଭାଗର କଡା ପଦକ୍ଷେପ

ଯୋଗାଣ ବିଭାଗ ସମସ୍ତ ଖାଉଟି ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ଫଳକ ଲଗାଇଛି । ନିର୍ଧାରିତ ମୁଲ୍ୟଠାରୁ ଅଧିକ ଦରରେ କୌଣସି ଦ୍ରବ୍ୟ ବିକ୍ରି କରିପାରିବେ ନାହିଁ । ଏହସହ ନିର୍ଦ୍ଧାରିତ ପରିମାଣ ଠୁ ଅଧିକ ପରିମାଣର ସାମଗ୍ରୀ ମଧ୍ୟ କିଣି ପାରିବେନି ଗ୍ରାହକ । ଯୋଗାଣ ବିଭାଗ ଲଗାଇଥିବା ଦର ଅନୁସାରେ ଆଳୁ କିଲୋ ପ୍ରତି ୨୦ ଟଙ୍କା ଓ ପିଆଜ କିଲୋ ପିଛା ୨୭ ଟଙ୍କାର ଫଳକ ଲାଗିଛି ।

ଏହାବାଦ ଜଣକ ପିଛା ୧୦ କେଜି ଆଳୁ ଓ ୫ କେଜି ପିଆଜ କିଣିବାର ଅନୁମତି ଦେଇଛି ଯୋଗାଣ ବିଭାଗ । ତାଠୁ ଅଧିକ ଗ୍ରାହକ କିଣି ପାରିବେନାହିଁ । ଯାହାକୁ ନେଇ ପୁରୀ ଜିଲ୍ଲା ପିପିଲି ବ୍ଲକ ମଙ୍ଗଳପୁର ଠାରେ ଦୋକାନ ବୁଲି ବୁଲି ଫଳକ ଲଗାଇଛନ୍ତି ଯୋଗାଣ ଅଧିକାରୀ । ତେବେ ଅଭିଯୋଗ ଆସୁଛି ଅନେକ ସାମଗ୍ରୀ ଚଢା ଦରରେ ବିକ୍ରି କରୁଛନ୍ତି । ଯାହାକୁ ରୋକିବା ପାଇଁ ଯୋଗାଣ ଅଧିକାରୀ ମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଅଭିଯୋଗ ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.