ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ତୃଣମୂଳସ୍ତରରେ ନିଜର ସଂଗଠନକୁ ମଜବୁତ କରିବା ଦିଗରେ ଲାଗିପଡିଛି । ପ୍ରତିଦିନ ରାଜ୍ୟର ଅନେକ ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ ଜାରି ରହିଛି । ଏହି କ୍ରମରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଜେଏମଏମ ନେତା ସେବିଆନ ଆଇନ୍ଦ ଓ ତାଙ୍କର ଶତାଧିକ ସମର୍ଥକ ।
ସେବିଆନ ଆଇନ୍ଦଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର JMM ଛାଡି ବହୁ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ପରେ ସେମାନେ କହିଛନ୍ତି ଯେ, ଅଦିବାସୀଙ୍କ ଉନ୍ନତି କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟାସ କରୁଛନ୍ତି । ସେପରି ଭାରତରେ ଅନ୍ୟ କୌଣସି ନେତା କରୁନାହାନ୍ତି । ତେଣୁ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ସମ୍ପ୍ରଦାୟଙ୍କ ଉନ୍ନତୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ JMM କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜୁ ଯୁବ ଜନତା ଦଳ କାର୍ଯ୍ୟଳୟରେ ଏ ନେଇ ଆୟୋଜିତ ହୋଇଥିଲା ମିଶ୍ରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡାଇ, ସହ ପର୍ଯ୍ୟବେକ୍ଷକ ସଂଗ୍ରମ କେଶରୀ ପାଇକରାୟ, ରାଉଲକେଲା ବିଧାୟକ ସାରଦା ନାୟକ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ