ଭୁବନେଶ୍ବର:ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନିଜ ଟ୍ବିଟର ପେଜରେ ଉଲ୍ଲେଖ କରିଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।
ସୁଲତା ଦେଓ ନିଜ ଟ୍ବିଟରରେ ଲେଖିଛନ୍ତି, ‘ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଯେଉଁମାନେ ଗତ କିଛି ଦିନ ମୋ ସହିତ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜର କୋରୋନା ପରୀକ୍ଷା କରାଇନିଅନ୍ତୁ । ନିରାପଦରେ ରୁହନ୍ତୁ ।’
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ