ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ । ଖଣି ଓ ଇସ୍ପାତ ବିଭାଗ ସଚିବ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର, ଶ୍ରମ ସଚିବ ଅନୁ ଗର୍ଗ ହେଲେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସହ ମହିଳା ବିକାଶର ମଧ୍ୟ ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସେହିପରି ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ସଚିବ।
ଅନ୍ୟପଟେ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ ଶ୍ରମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ