ETV Bharat / city

ବାଲୁକା କଳା ଚମ୍ପିଆନ୍‌ସିପ 2019: ଆମେରିକା ଗଲେ ସୁଦର୍ଶନ

ଆମେରିକାର ବୋଷ୍ଟନ ସହରରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଓ ମୂର୍ତ୍ତି ଗଠନ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଜୁଲାଇ ୨୧ରୁ ୨୮ ତାରିଖ ଯାଏଁ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ସେ ଆଜି(ଶୁକ୍ରବାର)ଆମେରିକା ଯାତ୍ରା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ୱିଟର@sudarsansand
author img

By

Published : Jul 19, 2019, 10:50 AM IST

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ବୋଷ୍ଟନ ସହରରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଓ ମୂର୍ତ୍ତି ଗଠନ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଜୁଲାଇ ୨୧ରୁ ୨୮ ତାରିଖ ଯାଏଁ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ସେ ଆଜି(ଶୁକ୍ରବାର)ଆମେରିକା ଯାତ୍ରା କରିଛନ୍ତି ।

sudarsan-pattnaik-to-represent-india
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ୱିଟର@sudarsansand

ସୂଚନା ଅନୁସାରେ ଏହି ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୫ ଜଣ ବାଲୁକା କଳା ଶିଳ୍ପୀ ଭାଗ ନେବେ ବୋଲି ଜଣାଯାଇଛି । ଶୁକ୍ରବାର ଟ୍ବିଟ କରି ସୁଦର୍ଶନ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଉଥିବା ଉଲ୍ଲେଖ କରିଛନ୍ତି । ଏହାସହ ସଫଳତା ପାଇଁ ସମସ୍ତଙ୍କ ଶୁଭକାମନା ଓ ଶୁଭେଚ୍ଛା ଭିକ୍ଷା କରିଛନ୍ତି ।

60ରୁ ଅଧିକ ଆନ୍ତର୍ଜାତିକ ବାଲୁକା କଳା ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିଥିବା ସୁଦର୍ଶନ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇ ସାରିଛନ୍ତି । ତାଙ୍କର ଏହି କଳା ନିପୁଣତା ତଥା ଦେଶକୁ ବିଦେଶରେ ଗର୍ବିତ କରିବା ସହ ସୁନାମ ଆଣିଥିବା ଯୋଗୁ ଭାରତ ସରକାର ତାଙ୍କୁ ବର୍ଷ 2014ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.