ETV Bharat / city

ଜନ ମଙ୍ଗଳକାରୀ ଯୋଜନାର ହେଉନାହିଁ ସଫଳ ରୂପାୟନ, CAG REPORTରେ ସ୍ପଷ୍ଟ: ବିରୋଧୀ - Public Welfare Scheme

ସରକାର ଯୋଜନା ପରେ ଯୋଜନା ଘୋଷଣା କରିବାରେ ବ୍ୟସ୍ତ । ହେଲେ ସିଏଜି ରିପୋର୍ଟ କହୁଛି ସରକାର ସରକାରୀ ଅର୍ଥର ବିନିଯୋଗ କରିବାରେ ବିଫଳ । ଅଧିକ ପଢନ୍ତୁ...

CAG report
CAG report
author img

By

Published : Sep 11, 2021, 3:23 PM IST

ଭୁବନେଶ୍ବର: ସରକାର ଯୋଜନା ପରେ ଯୋଜନା ଘୋଷଣା କରିବାରେ ବ୍ୟସ୍ତ । ହେଲେ ସିଏଜି ରିପୋର୍ଟ କହୁଛି ସରକାର ସରକାରୀ ଅର୍ଥର ବିନିଯୋଗ କରିବାରେ ବିଫଳ । ବିନିଯୋଗ ପ୍ରମାଣପତ୍ର ଦେବାରେ ମଧ୍ୟ ବହୁ ପଛରେ । ଯାହାକୁ ନେଇ ଏବେ ସରକାର- ବିରୋଧୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ।

ଜନ ମଙ୍ଗଳକାରୀ ଯୋଜନାର ହେଉନାହିଁ ସଫଳ ରୂପାୟନ, ସିଏଜି ରିପୋର୍ଟରେ ସ୍ପଷ୍ଟ: ବିରୋଧୀ

ରାଜ୍ୟ ସରକାର ବିଭିନ୍ନ ସମୟରେ ଜନକଲ୍ୟାଣ ଯୋଜନା ମାନ ଘୋଷଣା କରି ଉଦାହରଣ ସୃଷ୍ଟି କରୁଛନ୍ତି । ଲୋକଙ୍କ ପାଖରେ ସରକାର ସବୁ ସମୟରେ ରହିଛି ବୋଲି ପ୍ରମାଣ ଦେବାକୁ ଯାଇ ଫ୍ଲାଗସିଫ ଯୋଜନା ଘୋଷଣା କରୁଛନ୍ତି। ହେଲେ ଏହି ଯୋଜନା କେତେ ବାସ୍ତବ ରୂପ ନେଉଛି? ତାହାର ହିସାବ ମଧ୍ୟ ସରକାର ଦେବା ପାଇଁ ଅକ୍ଷମ ବୋଲି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜିଙ୍କ ରିପୋର୍ଟରେ ବର୍ତ୍ତମାନ ଜଣାପଡିଛି । ୧୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ୟୁସି ବା ବିନିଯୋଗ ପ୍ରମାଣପତ୍ର ପୈଠ କରି ପାରିନାହାନ୍ତି ରାଜ୍ୟ ସରକାର।

ଯାହାକୁ ନେଇ ଏବେ ଶାସକ - ବିରୋଧୀ ମୁହାଁମୁହିଁ । ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିନ୍ତି, ରାଜ୍ୟ ସରକାର ବଡ ବଜେଟ ଉପସ୍ଥାପନ କରୁଛନ୍ତି । ଯାହାର ଆୟ ବ୍ୟୟର ଆକଳନ ଠିକ ରହୁନାହିଁ । ବଜେଟ ଘୋଷଣା ଯୋଗ୍ୟ ହୋଇଯାଉଛି। ରାଜ୍ୟ ଓ କେନ୍ଦ୍ର ଭିତରେ ଟଣା ଓଟରା ଚାଲିଛି। ପରସ୍ପର ଦୋଷାରୋପ କରୁଛନ୍ତି। ଜିରୋ ବଜେଟିଙ୍ଗ ବ୍ୟବସ୍ଥା ହେବା ପରେ ପ୍ରତି 3 ମାସରେ ୟୁସି ବା ବିନିଯୋଗ ପ୍ରମାଣପତ୍ର ଦେବା ଦରକାର । ଅନେକ ଫ୍ଲାଗସିପ ଯୋଜନା କାର୍ଯ୍ୟକାରୀ ହେଉନି । ଜିଲ୍ଲା ରେ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହୁଛି।

ଅନ୍ୟପଟେ ଅଭିଯୋଗକୁ ନେଇ ଶାସକ ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ମୁହଁ ଖୋଲିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.