ଭୁବନେଶ୍ବର: କୋରୋନା ସଂକ୍ରମଣ ସଂଖ୍ୟା ରାଜ୍ୟବାସୀଙ୍କୁ ଚିନ୍ତିତ କରିଥିବା ବେଳେ ଅନ୍ୟପଟେ ରାଜ୍ୟର କୋରୋନା ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । ଗତ ସପ୍ତାହେ ହେବ ରାଜ୍ୟରେ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଶନିବାର ସୁସ୍ଥ ହୋଇଛନ୍ତି 608 ଆକ୍ରାନ୍ତ ।
ଶନିବାର ରାଜ୍ୟର 21ଟି ଜିଲ୍ଲାରୁ ମୋଟ 608 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ 279, ଯାଜପୁରରେ 84, ଖୋର୍ଦ୍ଧାରେ 50, କଟକରେ 42, କେନ୍ଦୁଝରରେ 23, ମାଲକାନଗିରିରେ 21, ପୁରୀରେ 15, ସୁନ୍ଦରଗଡରେ 15, ମୟୂରଭଞ୍ଜରେ 12, ବରଗଡରେ 11, କୋରାପୁଟରେ 9, କନ୍ଧମାଳରେ 8, ଜଗତସିଂହପୁରରେ 7, ଅନୁଗୋଳ, ବାଲେଶ୍ବର ଓ ନବରଙ୍ଗପୁରରେ 6, ଭଦ୍ରକରେ 5, ଗଜପତିରେ 3, କେନ୍ଦ୍ରାପଡା ଓ ସମ୍ବଲପୁରରରେ 2 ଓ ଢେଙ୍କାନାଳରେ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି ।
ସେପଟେ ରାଜ୍ୟରେ ସୁସ୍ଥତା ହାର ଲଗାତାର ବୃଦ୍ଧି ହେବା ସହ ମୋଟ ସୁସ୍ଥ ସଂଖ୍ୟା 11,938ରେ ପହଞ୍ଚିଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ