ETV Bharat / city

ITI ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ଅନୁପ୍ରାଣିତ କଲେ ବାଗ୍‌ଚୀ

author img

By

Published : Oct 30, 2021, 7:28 AM IST

ଓଏସଡିଏ ଅଧୀନରେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କର ରୂପାନ୍ତରଣ ନିମନ୍ତେ ଲାଇଫ୍‌ ସ୍କିଲ ପ୍ରଦାନ କରାଯାଉଛି । ସରକାରୀ ଆଇଟିଆଇଗୁଡିକରେ ଆଇଟିଆଇ ସ୍ପାର୍କ ୧.୦ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଏହି ପ୍ରତିଯୋଗିତାର ଉଦଯାପନୀ ସମାରୋହ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ଅନୁପ୍ରାଣିତ କଲେ ବାଗ୍‌ଚୀ

ଭୁବନେଶ୍ବର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧୀନରେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କର ରୂପାନ୍ତରଣ ନିମନ୍ତେ ଲାଇଫ୍‌ ସ୍କିଲ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ସରକାରୀ ଆଇଟିଆଇଗୁଡିକରେ ଆଇଟିଆଇ ସ୍ପାର୍କ ୧.୦ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଶୁକ୍ରବାର ଏହି ପ୍ରତିଯୋଗିତାର ଉଦଯାପନୀ ସମାରୋହ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ସୁବ୍ରତ ବାଗ୍‌ଚୀ ଏହି ଅବସରରେ କହିଛନ୍ତି ଯେ, ସ୍କିଲ୍ଡ ଇନ ଓଡିଶା ବ୍ରାଣ୍ଡ୍‌କୁ ସଫଳ କରାଇବା ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ସାକାର ହୋଇପାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍କିଲ୍ଡ ଇନ୍‌ ଓଡିଶାର ଆଭିମୁଖ୍ୟ ହେଉଛି ଦକ୍ଷତା ମାଧ୍ୟମରେ ମାନବ ରୂପାନ୍ତରଣ । ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଦୃଢ ହୋଇ ମୁଣ୍ଡ ଟେକି ଆଗକୁ ବଢିବାକୁ ହେବ । ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ତାଲିମ ପରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତାଲିମ ନେଇ ନିଜକୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ କରିଛନ୍ତି ।

ସେପଟେ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଥିଲେ । ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କର ଆତ୍ମବିଶ୍ୱାସ ଦେଖି କହିଛନ୍ତି ଯେ, ଦକ୍ଷତା ତାଲିମ ଅନୁଷ୍ଠାନରେ ଲାଇଫ୍‌ ସ୍କିଲ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ ପ୍ରଦାନର ପରିସରକୁ ବୃଦ୍ଧି କରି ପଲିଟେକ୍‌ନିକ୍‌ ମାନଙ୍କରେ ମଧ୍ୟ ପ୍ରଦାନ କରାଯିବ । ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯିବ ବୋଲି ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି କହିଛନ୍ତି ।

ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟ୍ରାଇଭର ସିଇଓ ଅନିତା ରାଜନ୍‌ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ, ଲାଇଫ ସ୍କିଲ ପାଇ ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବାସ୍ତବ ଜୀବନରେ ସମସ୍ୟା ସମାଧାନର କୌଶଳ, ଉତ୍ସାହ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିଥିବାରୁ ସେ ଓଏସ୍‌ଡିଏ ଏବଂ ‌ଟାଟା ଷ୍ଟ୍ରାଇଭର ଚେଞ୍ଜ ଲିଡରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଇଟିଆଇ ସ୍ପାର୍କ ୧.୦ କାର୍ଯ୍ୟକ୍ରମ ବିଗତ ଜୁନ୍‌ ମାସରେ ଅନଲାଇନ ମାଧ୍ୟମରେ ଆରମ୍ଭ କରାଯାଇଥିଲା । ଏଥିରେ ୪୯ଟି ଆଇଟିଆଇର ୧୨୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ତେବେ, ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ୧୨ଟି ଆଇଟିଆଇର ୫୭ ଜଣ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ସ୍ପାର୍କ ୧.୦ ଏବଂ ଟିସିଏସ ତରଫରୁ ପୁରସ୍କୃତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ଅଜୟ ନାୟକ ଓ ଟାଟା ଷ୍ଟ୍ରାଇଭ୍‌ର ଚେଞ୍ଜ ଲିଡରମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.