ETV Bharat / city

କରୋନା ମୁକାବିଲା; ପ୍ରସ୍ତୁତି ଯୋରଦାର, ପଦକ୍ଷେପ ବ୍ୟାପକ - quarantine

କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଯୋରଦାର । ବ୍ୟାପକ ପଦକ୍ଷେପ । ଗାଁରୁ ସହର, ସହରରୁ ମହାନଗର । ନେତା ଜନତା, ପ୍ରଶାସନ ସମସ୍ତେ କରୋନା ଲଢେଇରେ ସାମିଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କରୋନା ମୁକାବିଲା
କରୋନା ମୁକାବିଲା
author img

By

Published : Mar 18, 2020, 8:42 PM IST

ଭୁବନେଶ୍ବର: ମାରାତ୍ମକ ଭୂତାଣୁ କରୋନାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ । ସବୁଠି ଚାଲିଛି ମୁକାବିଲା ପାଇଁ ସତର୍କତା, ପ୍ରସ୍ତୁତି । କେଉଁଠି ଟ୍ରେନ ବିଶୋଧନ କରାଯାଉଛି ତ କେଉଁଠି ବସ । ପୁଣି କେଉଁଠି ଲୋକଙ୍କୁ ସଚେତନା କରୁଛି ପ୍ରଶାସନ । କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଅବହେଳା କରୁନାହାଁନ୍ତି । ପୂର୍ବରୁ ଅନେକ ପଦକ୍ଷେପ ନେଇଥିବା ସରକାର ଆଜି ପୁଣି କଠୋର ହୋଇଛନ୍ତି । ଏସଓପି ପାଳନ କରିନଥିବା ରାଜଧାନୀର ବିଭିନ୍ନ ହୋଟେଲ ଗେଷ୍ଟ ହାଉସରେ ଚଢାଉ କରିଛି ବିଏମସି ସ୍କ୍ବାୟାଡ ।

କରୋନା ମୁକାବିଲା; ପ୍ରସ୍ତୁତି ଯୋରଦାର, ପଦକ୍ଷେପ ବ୍ୟାପକ

ସେହିପରି ଆଜି ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ଖାତା ମୁଲ୍ୟାୟଙ୍କନ କେନ୍ଦ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି । ସତର୍କତା ସ୍ବରୂପ OPSCର ଲିଖିତ ମୌଖିକ ପରୀକ୍ଷା ସ୍ଥଗିତ ହୋଇଛି । ତେବେ ଲୋକଙ୍କ ଦୁର୍ଦ୍ଦଶା ବେଳେ କଳାବଜାରୀ କରୁଥିବା ଜଣେ ବ୍ୟବସାୟୀଙ୍କୁ ବାନ୍ଧିଛି କମିଶନରେଟ ପୋଲିସ ।

ସେପଟେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଅଛି, ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ବାଗଚୀ ଆହୁରି କହିଛନ୍ତି କରୋନା ଏବେ ବିଶ୍ବର 167 ଦେଶକୁ ବ୍ୟାପିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏକଲକ୍ଷ 99 ହଜାର 193କୁ ବୃଦ୍ଧି ପାଇଛି । ଏହାବାଦ ଦେଶରେ 148 ଆକ୍ରାନ୍ତ ଥିବାବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ବସ୍ତିକର ବିଷୟ ହେଉଛି ରାଜ୍ୟର ବର୍ତ୍ତମାନ ସୁଦ୍ଧା 47 ସାମ୍ପୁଲ ଟେଷ୍ଟ ପାଇଁ ଯାଇଥିବାବେଳେ ଗୋଟିଏ ମାତ୍ର ପଜିଟିଭ ଆସିଛି ।

ବିଶ୍ବମହାମାରୀ ପାଲଟିଥିବା କରୋନା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ ପଞ୍ଜିକରଣ ଆଜି(ବୁଧବାର) ୨ ଟା ସୁଦ୍ଧା ୨୧୩୧ ଜଣ ଲୋକ ପଞ୍ଜିକୃତ କରିଛନ୍ତି । ପଞ୍ଜିକୃତ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷ 80ଟି ଦେଶରୁ ଆସିଥିବାବେଳେ ଏମାନେ ସମସ୍ତେ ୨୯ଟି ଜିଲ୍ଲାର ବୋଲି ସୁବ୍ରତ ବାଗଚୀ କହିଛନ୍ତି । ସେମାନଙ୍କୁ ୧୪ ଦିନ ପାଇଁ ‘ହୋମ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଦେଶରୁ ଆସିଥିବା ଉଭଣୀ ଗୀତା ମେହେଟ୍ଟାଙ୍କ ଟ୍ରାଭେଲ ବିବରଣୀ ଦେଇ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୁଣିଥରେ ଅପିଲ କରିଛନ୍ତି କରୋନାରେ ଭୟଭୀତ ନହୋଇ ସତର୍କ ରହିବାକୁ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ତପନ ଦାସ, ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.