ETV Bharat / city

ମାସ୍କ ନ ପିନ୍ଧିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା - student

ମାସ୍କ ନ ପିନ୍ଧିଥିଲେ ସ୍କୁଲ ଭିତରକୁ ପଶି ପାରିବେନି ଛାତ୍ରଛାତ୍ରୀ। ଏଣିକି ସ୍କୁଲ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ଅଧିକ ପଢନ୍ତୁ...

ମାସ୍କ ନ ପିନ୍ଧିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା

author img

By

Published : Sep 8, 2021, 8:17 AM IST

ଭୁବନେଶ୍ବର: ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲ ପରିସରରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ମାସ୍କ ପିନ୍ଧି ନଥିଲେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନଙ୍କୁ ଚିଠି ହୋଇଛି।

ମାସ୍କ ନ ପିନ୍ଧିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା
ମାସ୍କ ନ ପିନ୍ଧିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା

ସୂଚନା ଅନୁସାରେ,ସମସ୍ତ ଛାତ୍ରଛାତ୍ରୀମାନେ ଯେପରି ମାସ୍କ ପିନ୍ଧି କ୍ୟାମ୍ପସକୁ ଆସିବେ। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ବିନା ମାସ୍କରେ କାହାରିକୁ ବି କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। କୋରୋନା ମୁକାବିଲା ତଥା ପରିଚାଳନା ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ ।

ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ। ଏଥିସହ ବ୍ଲକ୍‌ ରିସୋର୍ସ ସେଣ୍ଟର କୋର୍ଡିନେଟର (ବିଆରସିସି) ଓ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି) ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ବୁଲି ତଦାରଖ କରିବେ। ଶ୍ରେଣୀଗୃହ ଶିକ୍ଷାଦାନ ତଥା ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ। ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.