ETV Bharat / city

ମାଟ୍ରିକ ରେଜଲ୍ଟ: ଫେଲ୍ ପିଲାଙ୍କୁ ନେଇ ଅସନ୍ତୋଷ ଅଭିଭାବକ ମହାସଙ୍ଘ - ରେଜଲ୍ଟକୁ ନେଇ ଅସନ୍ତୋଷ

ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ପରୀକ୍ଷା ହୋଇଥିଲେ ଆହୁରି ଅଧିକ ମାର୍କ ରହିଥାନ୍ତା କହିଲେ ଶିକ୍ଷାର୍ଥୀ । ଫେଲ ପିଲାଙ୍କୁ ନେଇ ଅସନ୍ତୋଷ ଜାହିର କଲା ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ...

ମାଟ୍ରିକ ରେଜଲ୍ଟ ପ୍ରକାଶ, ଫେଲ୍ ପିଲାଙ୍କୁ ନେଇ ଅସନ୍ତୋଷ ଅଭିଭାବକ ମହାସଙ୍ଘ

author img

By

Published : Jun 25, 2021, 7:48 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର 97.89 ପ୍ରତିଶତ ରହିଛି । ରେଜଲ୍ଟକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତି କରିବା ସହ ପରୀକ୍ଷା ହୋଇଥିଲେ ଆହୁରି ଭଲ ମାର୍କ ରହିଥାନ୍ତା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାର୍ଥୀ । ସେପଟେ ଫେଲ୍ ପିଲାଙ୍କୁ ନେଇ ଅସନ୍ତୋଷ ଜାହିର କରିଛି ଅଭିଭାବକ ମହାସଂଘ ।

ମାଟ୍ରିକ ରେଜଲ୍ଟ ପ୍ରକାଶ, ଫେଲ୍ ପିଲାଙ୍କୁ ନେଇ ଅସନ୍ତୋଷ ଅଭିଭାବକ ମହାସଙ୍ଘ

ଅଭିଭାବକ ମହାସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ଯଦି ମାଟ୍ରିକରେ ସମସ୍ତ ପିଲା ପାସ୍ ହେଲେ ତେବେ କେଉଁ କାରଣରୁ 4 ହଜାର ଅନୁପସ୍ଥିତ ପିଲାଙ୍କୁ ଫେଲ୍ କରାଯାଇଛି । କୋଭିଡ ସମୟରେ ଏଭଳି ମାଟ୍ରିକ ପରୀକ୍ଷା ପ୍ରକ୍ରିୟାକୁ ଆମେ ସ୍ବାଗତ କରୁଛୁ । ହେଲେ ଯେଉଁ ପିଲାମାନଙ୍କୁ ଫେଲ୍ କରାଯାଇଛି ତାହା ଉଚିତ୍ ନୁହେଁ ଏବଂ ତୁରନ୍ତ ସେମାନଙ୍କର ଆଉ ଥରେ ଇଣ୍ଟରନାଲ ପରୀକ୍ଷା କରିବା ସହ କୃତକାର୍ଯ୍ୟ ହେଲେ ତାଙ୍କୁ ପାସ୍ କରିଦେବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ମୋଟ ୫ଲକ୍ଷ ୬୨ ହଜାର ୧୦ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ବେଳେ ୫ଲକ୍ଷ ୭୪ ହଜାର ୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ସେଥିମଧ୍ୟରୁ ୪ ହଜାର ୪୧୨ ପିଲା ଟେଷ୍ଟ ଏବଂ ପ୍ରିଟେଷ୍ଟ ପରୀକ୍ଷାରେ ଅନୁପସ୍ଥିତ ଥିବା ଯୋଗୁଁ ଏବଂ ସ୍କୁଲ ମାର୍କ ଦେଇ ନ ଥିବାରୁ ୨ ହଜାର ୨୫୬ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୭.୮୯% ରହିଛି । ଏକ୍ସରେଗୁଲାର ପିଲାଙ୍କ ପାସ୍ ହାର ୮୮.୩୩% ରହିଥିବା ବେଳେ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.