ETV Bharat / city

ସରକାରୀ ଶିକ୍ଷାନୁଷ୍ଠାନ ଉପରୁ କମୁଛି ଛାତ୍ରଛାତ୍ରୀଙ୍କ ଆଗ୍ରହ - ସରକାରୀ ଶିକ୍ଷାନୁଷ୍ଠାନରେ କମୁଛି ଛାତ୍ରଛାତ୍ରୀଙ୍କ ଆଗ୍ରହ

ସରକାରୀ ଶିକ୍ଷାନୁଷ୍ଠାନ ଉପରୁ ଆଗ୍ରହ କାମୁଥିବା ବେଳେ ଘରୋଇ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା 10 ବର୍ଷରେ ଅହେତୁକ ବୃଦ୍ଧି । 2009ରୁ 2019 ମଧ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା 59, 492ରୁ  57, 880କୁ ହ୍ରାସ ପାଇଛି ।

ସରକାରୀ ଶିକ୍ଷାନୁଷ୍ଠାନ
ଫାଇଲ ଫଟୋ
author img

By

Published : Nov 28, 2019, 3:04 AM IST

ଭୁବନେଶ୍ବର: ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନ ଉପରୁ ଆଗ୍ରହ କମୁଥିବା ବେଳେ ଘରୋଇ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିଛି । 2009 ରୁ 2019 ମଧ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା 59, 492ରୁ 57, 880କୁ ହ୍ରାସ ପାଇଛି । ସେପଟେ ଏହି ସମୟରେ ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲ ସଂଖ୍ୟା 4984 ରୁ 6447କୁ ବୃଦ୍ଧି ପାଇଛି ।

bbs
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ସରକାରୀ ସ୍କୁଲରେ 56 ଲକ୍ଷ 17 ହଜାର 78 ରୁ 45 ଲକ୍ଷ 83 ହଜାର 245କୁ ହ୍ରାସ ପାଇଛି । ସେପଟେ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି । 2009-10ରେ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା 5ଲକ୍ଷ 71 ହଜାର 256 ଥିବା ବେଳେ ଏବେ ଏହି ସଂଖ୍ୟା 11 ଲକ୍ଷ 5 ହଜାର 306କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷେ 2018-19ରେ 6ରୁ 14 ବର୍ଷ ମଧ୍ୟରେ 10 ହଜାର 216 ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ସେ ମଧ୍ୟରେ 5325 ଜଣ ବାଳକ ଓ 4891 ବାଳିକା ଅଛନ୍ତି । ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିକ୍ଷିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.