ETV Bharat / city

ବ୍ୟୟବହୁଳ ଅନଲାଇନ ଶିକ୍ଷା: ସ୍ମାର୍ଟ ଫୋନ ପରେ ନେଟ୍ ପ୍ୟାକ ସମସ୍ୟା

author img

By

Published : Jan 21, 2022, 9:09 PM IST

ଅନଲାଇନ ଶିକ୍ଷାଦାନ ପାଇଁ ସ୍ମାର୍ଟ ଫୋନ୍ ବାଧକ ସାଜି ଥିବାବେଳେ ଏବେ ଡାଟା ପ୍ୟାକ ଚିନ୍ତାରେ ପକାଇଲାଣି ଅଭିଭାବକଙ୍କୁ । କଷ୍ଟେ ମଷ୍ଟେ ପିଲାଙ୍କୁ ସ୍ମାର୍ଟ ଫୋନଟିଏ ଦେବା ପରେ, ଟେଲିକମ ସଂସ୍ଥା ଡାଟା ପ୍ୟାକ ବୃଦ୍ଧି କରିବା ପରେ ଶିକ୍ଷାଦାନରେ ଉପୁଜିଛି ସମସ୍ୟା । ଅଧିକ ପଢନ୍ତୁ

ବ୍ୟୟବହୁଳ ଅନଲାଇନ ଶିକ୍ଷା: ସ୍ମାର୍ଟ ଫୋନ ପରେ ନେଟ୍ ପ୍ୟାକ ସମସ୍ୟା
ବ୍ୟୟବହୁଳ ଅନଲାଇନ ଶିକ୍ଷା: ସ୍ମାର୍ଟ ଫୋନ ପରେ ନେଟ୍ ପ୍ୟାକ ସମସ୍ୟା

ଭୁବନେଶ୍ବର: ଗୋଟିଏ ପଟେ ଅନଲାଇନ ଶିକ୍ଷାଦାନ, ଆରପଟେ ଡାଟା ପ୍ୟାକ୍ ଚିନ୍ତାରେ ପକାଇଛି ବିଦ୍ୟାର୍ଥୀଙ୍କୁ । ଅନଲାଇନ ଶିକ୍ଷାଦାନ ପାଇଁ ସ୍ମାର୍ଟ ଫୋନ୍ ବାଧକ ସାଜି ଥିବାବେଳେ ଏବେ ସ୍ମାର୍ଟ ଫୋନରେ ଡାଟା ଭରିବା କଷ୍ଟକର ହୋଇପଡିଛି । ବିଗତ ଗୋଟିଏ ବର୍ଷ ହେବ ଅନଲାଇନ ପଢାପାଇଁ କଷ୍ଟେ ମଷ୍ଟେ ସ୍ମାର୍ଟ ଫୋନ କରିଥିଲେ ପିଲାଏ । କିଛି ମାସ ହେବ ଘରୋଇ ଟେଲିକମ ସଂସ୍ଥାଗୁଡିକ ଡାଟା ବାଲାନ୍ସ ବୃଦ୍ଧି କରିବା ପରେ ଅଭିଭାବକଙ୍କ ମୁଣ୍ଡରେ ଚଡକ ପଡିଛି ।

କୋଭିଡ ସମୟରେ ଆର୍ଥିକ ଅନଟନର ବୋଝ ଉପରେ ଏପରି ବ୍ୟୟବହୁଳ ଅନଲାଇନ ଶିକ୍ଷା ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡରେ ବୋଝ ଉପରେ ନଳିତା ବିଡା ସାଜିଛି । ସେପଟେ କୋଭିଡ କଟଣାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି ଉଠିଛି । ମହାମାରୀ ,ପ୍ରାକୃତିକ ବିପର୍ଯ୍ୟୟ ଠୁ ବଳିଗଲାଣି ଶିକ୍ଷା ବିପର୍ଯ୍ୟୟ । ଅନଲାଇନ-ଅଫଲାଇନ ଏବଂ ଅଫଲାଇନ-ଅନଲାଇନ ମାଧ୍ୟମରେ ଚାଲିଛି ପାଠପଢା । କୋଭିଡ ସଂକ୍ରମଣକୁ ରୋକିବା ଲାଗି ଅଫଲାଇନ ପାଠପଢାରେ ବ୍ରେକ୍ ଦେଇ ଅନଲାଇନକୁ ଫେରୁଛି ଶିକ୍ଷାବ୍ୟବସ୍ଥା । ହେଲେ ପାଠପଢା ତ ଦୂରର କଥା ଇଣ୍ଟରନେଟ୍ ଡାଟା ଅଭିଭାବକଙ୍କୁ ହରଡଘଣାରେ ପକାଇଛି ।

ଉଭୟ ଘରୋଇ ଓ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଦୌନିକ ଘଣ୍ଟା ଘଣ୍ଟା ଅନଲାଇନ ପାଠପଢାରେ ବିତାଉଛନ୍ତି । ଅସଲ କଥା ହେଉଛି କି, ଗତ କିଛି ମାସ ପୂର୍ବରୁ ଘରୋଇ ଟେଲିକମ୍ ସଂସ୍ଥାଗୁଡିକ ଇଣ୍ଟରନେଟ୍ ଡାଟା ବାଲାନ୍ସ ପ୍ରାୟ 20 ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି । ଫଳରେ ଅଭିଭାବକଙ୍କ ପୂର୍ବାପେକ୍ଷା ମାସିକ ଇଣ୍ଟରନେଟ୍ ଡାଟା ବଜେଟ୍ ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଛି ଅନଲାଇନ ଶିକ୍ଷା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ସମୟ ଇଣ୍ଟରନେଟରେ ଅତିବାହିତ କରିବାକୁ ବାଧ୍ୟ କରାଯାଉଛି ।

କେବଳ ଏତିକି ନୁହେଁ ଏସବୁ ସତ୍ତ୍ବେ ଅନଲାଇନ ପାଠପଢା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହେଉନାହିଁ । ରାଜ୍ୟରେ ସରକାରୀ ବିଦ୍ୟାଳୟର ସ୍ଥିତି ଦେଖିଲେ ମାତ୍ର 30 ପ୍ରତିଶତ ପିଲାଙ୍କ ପାଖରେ ଅନଲାଇନ ପାଠପଢା ପହଞ୍ଚିପାରୁଛି । ସେପଟେ ବର୍ତ୍ତମାନ ହାଟ, ମଲ୍, ହଲ୍ ଦୋକାନ ବଜାର କୋଭିଡ କଟକଣାରେ ଖୋଲୁଥିବାରୁ ଅନ୍ତତଃ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ନଚେତ ଡାଟା ବାଲାନ୍ସ ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଅଭିଭାବକ ସଂଘ ଦାବୀ କରିଛି । ଶିକ୍ଷାବିତ୍ ମଧ୍ୟ ସମାନ ମତ ଦେଇଛନ୍ତି ।

ତେବେ କୋରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ହ୍ବାଟସ-ଆପ୍‌, ଦୂରଦର୍ଶନ, ରେଡିଓ ପାଠଶାଳା, ୟୁ-ଟ୍ୟୁବ୍‌ ପରି ଏକାଧିକ ମାଧ୍ୟମରେ ହେଉଥିବା ଅନଲାଇନ ଶିକ୍ଷା ତୃତୀୟ ଲହରରେ ଏକପ୍ରକାର ଫେଲ୍‌ ମାରିଛି । ସ୍ଥିତି ଏମିତି ‌ହେଲାଣି ଯେ, ଛାତ୍ରଛାତ୍ରୀ ଧୀରେ ଧୀରେ ଅନ୍‌ଲାଇନ୍‌ ପାଠପଢ଼ାରୁ ମୁହଁ ଫେରାଉଛନ୍ତି । ଶିକ୍ଷାର ଏଭଳି ବିପର୍ଯ୍ୟୟରେ ପିଲାମାନେ କିଭଳି ପଢ଼ିବେ ? ସେମାନଙ୍କ ଭବିଷ୍ୟତ କ’ଣ ହେବ ? ପରୀକ୍ଷା ହେବ କି ନାହିଁ ? ଏସବୁ ଦ୍ବନ୍ଦ୍ବ ଘେରରେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.