ଭୁବନେଶ୍ବର : ବିଭିନ୍ନ ସମସ୍ୟାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ୧୦ ଦଫା ଦାବି ନେଇ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । କାରଣ ବିଶ୍ୱବିଦ୍ୟାଳୟରେ ରାଜ୍ୟର କୋଣାନୁକୋଣରୁ ଛାତ୍ରଛାତ୍ରୀ ଆସିଥିବାବେଳେ ରହିବାକୁ ହଷ୍ଟେଲ ମିଳୁ ନଥିବାରୁ ଛାତ୍ର ବାହାରେ ଅର୍ଥାତ ହୋଟେଲ ଓ ପ୍ଲାଟଫର୍ମରେ ରହୁଛନ୍ତି ।
ଖାଲି ସେତିକି ନୁହେଁ ହଷ୍ଟେଲ ସମ୍ମୁଖରେ ଲାଇଟ ନଥିବାରୁ ଛାତ୍ରୀଙ୍କ ସୁରକ୍ଷା ଓ କ୍ୟାମ୍ପସରେ ନେଟୱାର୍କ ସମସ୍ୟାକୁ ନେଇ ଅନଲାଇନ କ୍ଲାସ ବାଧାପ୍ରାପ୍ତ ହେଉଛି । ତେଣୁ ଛାତ୍ରଛାତ୍ରୀ ଭିସିଙ୍କୁ ଭେଟିବାକୁ ଆସିଥିବାବେଳେ ସେ ଦେଖା ହେବାତ ଦୂରର କଥା ଛାତ୍ରଛାତ୍ରୀଙ୍କ ଦାବି ବି ଶୁଣିନଥିଲେ । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିବାବେଳେ ପିଜି କାଉନସିଲ ଅଧ୍ୟକ୍ଷ ଆସି ପିଲାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୫ ଦିନ ଭିତରେ ଏସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ