ETV Bharat / city

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ବିକ୍ଷୋଭ

author img

By

Published : Dec 2, 2019, 11:27 PM IST

ହାଇଦ୍ରାବାଦରେ ମହିଳା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ କଠୋର ଦଣ୍ଡ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ସର୍ବ ଭାରତୀୟ ଛାତ୍ର ସଂଗଠନ ।

AIDSO strike in bbsr
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ବିକ୍ଷୋଭ

ଭୁବନେଶ୍ବର: ହାଇଦ୍ରାବାଦରେ ମହିଳା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଚାରିଆଡେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସର୍ବ ଭାରତୀୟ ଛାତ୍ର ସଂଗଠନର ଭୁବନେଶ୍ବର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ବିକ୍ଷୋଭ

ଏହି ସଂଗଠନ ପକ୍ଷରୁ ପୀଡିତାଙ୍କ ପରିବାରକୁ ସାନ୍ତ୍ବନା ଦେବା ସହିତ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ଏବଂ ଏଥିରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏହା ସହିତ ସମାଜରେ ଏସବୁ ଘଟଣାର ମୁଖ୍ୟ କାରଣ ସାଜିଥିବା ମଦ, ଅଶ୍ଳୀଳ ବିଜ୍ଞାପନ ଆଦିର ପ୍ରଚାର ଓ ପ୍ରସାର କରାଉଥିବାବେଳେ ଏସବୁ ଉପରେ ରୋକ ଲଗାଇବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ନସିମ ସରକାର ।

ସୋମବାର ଏହି ପ୍ରତିବାଦ ସଭାରେ ସଂଗଠନ ସମ୍ପାଦକ ସୁବାସ ନାୟକ, ଉପ ସଭାନେତ୍ରୀ ସପ୍ତର୍ଷିନି ରାଉଳ ଓ ଅନ୍ୟମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗତମାସରେ ହାଇଦ୍ରାବାଦ ଠାରେ ଜୈନକ ମହିଳା ଡାକ୍ତରଙ୍କୁ ଦୁବୃତ୍ତମାନେ ବଳାତ୍କାର କରିବା ସହିତ ତାଙ୍କୁ ନିଆଁରେ ପୋଡି ହତ୍ୟା କରିଛନ୍ତି।ଯାହାକୁ ନେଇ ସରକାରଙ୍କ ଉପରେ ଆକ୍ରୋଶ ଭାବ ଦେଖାଦେଇଥିବା ବେଳେ ସର୍ବ ଭାରତୀୟ ଛାତ୍ର ସଂଗଠନର ଭୁବନେଶ୍ୱର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରାଯାଇଛି।

Body:ଏହି ଅବସରରେ ସଂଗଠନ ପକ୍ଷରୁ ପିଡିଟା ପରିବାରକୁ ସାନ୍ତ୍ୱନା ଦେବା ସହିତ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ଏବଂ ଏଥିରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ କଠୋର ଏବଂ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପ୍ରଦାନ କରାଯିବାକୁ ଦାବି କରାଯାଇଛି।ଏହା ସହିତ ସରକାର ସମାଜରେ ଏସବୁ ଘଟଣାର ମୁଖ୍ୟ କାରଣ ସାଜିଥିବା ମଦ,ଅଶ୍ଳୀଳ ବିଜ୍ଞାପନ ଆଦିର ପ୍ରଚାର ଓ ପ୍ରସାର କରାଉ ଥିବା ବେଳେ ଏ ସବୁ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।ନଚେତ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଅନୁଷ୍ଠାନ ର ସଭାପତି ନସିମ ସରକାର।ଆଜିର ଏହି ପ୍ରତିବାଦ ସଭାରେ ସଂଗଠନ ସମ୍ପାଦକ ସୁବାସ ନାୟକ,ଉପ ସଭାନେତ୍ରୀ ସପ୍ତର୍ଷିନି ରାଉଳ ଓ ଅନ୍ୟମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ବାଇଟ-ନସିମ ସରକାର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.