ଭୁବନେଶ୍ବର: ପଦାରେ ପଡିଲା ଛାତ୍ର କଂଗ୍ରେସର ଗୋଷ୍ଠୀ କନ୍ଦଳ । ରେଡକ୍ରସ ଭବନରେ ବନ୍ଧୁ ମିଳନ ବାହାନାରେ ଛାତ୍ର କଂଗ୍ରେସର କିଛି ଛାତ୍ର ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତିକୁ ପଦବୀରୁ ହଟାଇବାକୁ ଦାବି କରିଥିଲେ । ଏହାକୁ ବିରୋଧ କରି ଛାତ୍ର କଂଗ୍ରେସର ନେତା ସୌମ୍ୟ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ଏଥିରେ ସେ କହିଛନ୍ତି କି, ଅନ୍ୟ ଦଳର ଛାତ୍ର ନେତା କଂଗ୍ରେସ ର ଆଭ୍ୟନ୍ତରୀଣ ଘଟଣାରେ ମୁଣ୍ଡ ଖେଳାଇ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର କିଛି ଅସନ୍ତୁଷ୍ଟ ଛାତ୍ର ନେତା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଦଳୀୟ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ହାଇ କମାଣ୍ଡଙ୍କୁ ସୁପାରିଶ କରାଯିବ ବୋଲି ସୌମ୍ୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ