ETV Bharat / city

ନବୀନ ବାବୁ ଗୁଣ୍ଡାରାଜ କରି କଂଗ୍ରେସର ସ୍ବରକୁ ଚପାଇ ପାରିବେ ନାହିଁ: ୟାସିର ନୱାଜ

ସମ୍ବଲପୁର କୁଚିଣ୍ଡାରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀଙ୍କ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ଅଧିକ ପଢନ୍ତୁ...

student congress president yasir nawaz reaction on attack of congress worker in kuchinda
ନବୀନ ବାବୁ ଗୁଣ୍ଡାରାଜ କରି କଂଗ୍ରେସର ସ୍ବରକୁ ଚପାଇ ପାରିବେ ନାହିଁ
author img

By

Published : Nov 3, 2021, 7:39 AM IST

ଭୁବନେଶ୍ବର: କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ନବୀନ ବାବୁ ଗୁଣ୍ଡାରାଜ କରି କଂଗ୍ରେସ ସ୍ବରକୁ ଚପାଇ ପାରିବେ ନାହିଁ ବୋଲି କହିଛନ୍ତି ।

ନବୀନ ବାବୁ ଗୁଣ୍ଡାରାଜ କରି କଂଗ୍ରେସର ସ୍ବରକୁ ଚପାଇ ପାରିବେ ନାହିଁ

ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତକୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନ ଓ ଛାତ୍ର କଂଗ୍ରେସ ନେତା ଆଶିଷ ପ୍ରତାପ ସିଂ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳର ଗୁଣ୍ଡାମାନେ ପୋଲିସର ଉପସ୍ଥିତିରେ ସେମାନଙ୍କୁ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲେ । ନବୀନ ବାବୁଙ୍କର ଏହି ହିଟଲର ଶାସନକୁ ଛାତ୍ର କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ନବୀନ ବାବୁ ସଂଖ୍ୟା ବଳରେ ଧରାକୁ ସରା ମନେ କଲେଣି । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ନବୀନବାବୁଙ୍କ ଗସ୍ତକୁ ରାଜ୍ୟସାରା ବିରୋଧ କରାଯିବ । ସମୟ ଆସିବ ନବୀନ ବାବୁ ନବୀନ ନିବାସରର ଚାରି କାନ୍ଥରେ ସୀମିତ ରହିଯିବେ ।

ଏ ରାଜ୍ୟର ନୀରିହ ମହିଳା ମାନଙ୍କୁ ହତ୍ୟା କରୁଥିବା ମନ୍ତ୍ରୀ, ବିଧାୟକ ଓ ବିଜେଡ଼ି ଦଳର ଦଳୀୟ ନେତାଙ୍କୁ କେତେଦିନ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେବେ ? ଜନସାଧାରଣ ନବୀନ ସରକାରଙ୍କ ଏହି ଦମନମୂଳକ ନୀତିର ଜବାବ ଦେବେ ବୋଲି ସେ କହିଛନ୍ତି । ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ସଭାପତି ଦାବି କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.