ETV Bharat / city

ଟ୍ରାଫିକ ସଚେତନତା ପାଇଁ ମହିଳାଙ୍କ ବାଇକ ରାଲି

author img

By

Published : Sep 21, 2019, 6:33 AM IST

ନୂତନ ଟ୍ରାଫିକ ନିୟମ କୁ ନେଇଓଡିଶା ମହିଳା ଦୁଃସାହାସୀକ କ୍ଲବ ପକ୍ଷରୁ ଆସନ୍ତା 22 ତାରିଖରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ସେହିପରି ଶୁକ୍ରବାର ବ୍ରହ୍ମପୁର ସହରର ମହାମୟୀ ମହିଳା ମହାବିଦ୍ୟାଳୟ ଠାରେ ଏନ୍.ଏସ୍.ଏସ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନଧି, ଭୁବନେଶ୍ବର

ଭୁବନେଶ୍ବର/ବ୍ରହ୍ମପୁର: ନୂତନ ଟ୍ରାଫିକ ନିୟମ କୁ ନେଇ ସବୁଠି ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଭୁବନେଶ୍ବରରେ ମହିଳା ବାଇକର ମାନେ ରାଲି କରିବାକୁ ଥିବାବେଳେ ବ୍ରହ୍ମପୁରରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନଧି, ଭୁବନେଶ୍ବର

ଓଡିଶା ମହିଳା ଦୁଃସାହାସୀକ କ୍ଲବ ପକ୍ଷରୁ ଆସନ୍ତା 22 ତାରିଖରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ଭୁବନେଶ୍ବରରେ ମହିଳା ବାଇକର କରିବେ ଟ୍ରାଫିକ ସଚେତନତା । ମାଷ୍ଟରକ୍ୟାଣ୍ଟିନରୁ ଭାୟା ବାଣୀବିହାର, ଆଚାର୍ଯ୍ୟ ବିହାର ଦେଇ ରବିନ୍ଦ୍ରମଣ୍ଡପ ନିକଟରେ ପହଞ୍ଚିବ ରାଲି ଏହି ରାଲି । ଯାହାର ମୁଖ୍ୟ ଉଦେଶ୍ୟ ନୂଆ ମୋଟର ଯାନ ନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ଟ୍ରାଫିକ ନିୟମ ପାଳନ କରିବା।

ପ୍ରତ୍ୟେକ ପରିବାରର ମହିଳାମାନଙ୍କୁ ସଚେତନ କରିବା ସହିତ ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ଗାନ୍ଧୀ ବିଚାରଧାରାକୁ ଉଜ୍ଜୀବିତ କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନ କରାଯାଉଥିବା କ୍ଲବର ସମ୍ପାଦିକା ମଧୁସ୍ମିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଶୋଭାଯାତ୍ରାରେ ଟ୍ରାଫିକ ଡିସିପି ସାଗରିକା ନାଥ ଯୋଗଦେବାକୁ ଥିବାବେଳେ ପାଖାପାଖି 300 ମହିଳା ବାଇକର ଏଥିରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସେହିପରି ବ୍ରହ୍ମପୁର ସହରର ମହାମୟୀ ମହିଳା ମହାବିଦ୍ୟାଳୟ ଠାରେ ଏନ୍.ଏସ୍.ଏସ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି ଯୋଗ ଦେଇଥିବା ବେଳେ ନୂତନ ଟ୍ରାଫିକ ନିୟମ ସଂପର୍କରେ ଛାତ୍ରୀ ମାନଙ୍କୁ ବୁଝାଯିବା ଏହାକୁ ସମସ୍ତେ ଗୁରୁତର ସହ ପ୍ରତ୍ୟେକ କାର୍ଯ୍ୟକାରୀ କରିବାକୁ ଆହ୍ବାନ କରାଯାଇଥିଲା । ଏଥିରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ମହିଳା ବାଇକର କରିବେ ଟ୍ରାଫିକ ସଚେତନତା।ମାଷ୍ଟର କ୍ୟାଣ୍ଟିନ ରୁ ଭାୟା ବାଣୀବିହାର,ଆଚାର୍ଯ୍ୟ ବିହାର ଦେଇ ରବିନ୍ଦ୍ରମଣ୍ଡପ ନିକଟରେ ପହଞ୍ଚିବ ରାଲି।

Body:ଓଡିଶା ମହିଳା ଦୁଃସାହାସୀକ କ୍ଲବ ପକ୍ଷରୁ ଆସନ୍ତା 22 ତାରିଖରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରା ର ଆୟୋଜନ କରାଯାଉଛି।ଯାହାର ମୁଖ୍ୟ ଉଦେଶ୍ୟ ନୂଆ ମୋଟର ଯାନ ନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ଟ୍ରାଫିକ ନିୟମ ପାଳନ କରିବା।କାରଣ ଅନେକ ଲୋକ ଖାସ କରି ପରିବାରର ମହିଳାମାନେ ଏବିଷୟରେ ସଚେତନ ହେଲେ ଅନେକ ସମସ୍ୟା ସମାଧାନ ହୋଇ ପାରିବ ।ତେଣୁ ପ୍ରତେକ ପରିବାରର ମହିଳାମାନଙ୍କୁ ସଚେତନ କରିବା ସହିତ ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ଗାନ୍ଧୀ ବିଚାରଧାରା କୁ ଉଜ୍ଜୀବିତ କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନ କରାଯାଉଥିବା କ୍ଲବର ସମ୍ପାଦିକା ମଧୁସ୍ମିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।ଏହି ଶୋଭାଯାତ୍ରାରେ ଟ୍ରାଫିକ ଡିସିପି ସାଗରିକା ନାଥ ଯୋଗଦେବାକୁ ଥିବା ବେଳେ ପାଖାପାଖି 300 ମହିଳା ବାଇକର ଏଥିରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି।ଏହି ରାଲି ଆସନ୍ତା 22 ତାରିଖ ସକାଳ 6ଟା ବେଳୁ ମାଷ୍ଟର କ୍ୟାଣ୍ଟିନ ରୁ ଆରମ୍ଭ ହେବ।ଏହା ବାଣୀବିହାର,ଆଚାର୍ଯ୍ୟ ବିହାର ଦେଇ ରବିନ୍ଦ୍ରମଣ୍ଡପ ନିକଟରେ ଶେଷ ହେବ ବୋଲି ଜଣାପଡିଛି।ଯେଉଁଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ମହିଳା ବାଇକର ମାନେ ଷ୍ପଟ ରେ ରେଜିଷ୍ଟ୍ରେସନ କରି ଏଥିରେ ସାମିଲ ହୋଇ ପାରିବେ ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି।ଯାହାର ବୟସ 19 ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଅଟେ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କ୍ଲବର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଏହାର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।
ବାଇଟ-ସମ୍ପାଦିକା-ମଧୁସ୍ମିତା ଆଚାର୍ଯ୍ୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.