ETV Bharat / city

ଯୁକ୍ତ ଦୁଇ ପରୀକ୍ଷା ନେଇ ଗାଇଡ ଲାଇନ ଜାରି

ମାର୍ଚ୍ଚ 3 ତାରିଖରେ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଜାରି କଲା କଡା ଗାଇଡ଼ ଲାଇନ । ଅଧିକ ପଢନ୍ତୁ...

Strict rules for CHSE EXAM
CHSE ଜାରି କଲା କଡା ଗାଇଡ଼ ଲାଇନ
author img

By

Published : Feb 29, 2020, 6:40 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡ଼ଲାଇନ ଜାରି । ମାର୍ଚ୍ଚ 3 ତାରିଖରେ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ (CHSE ) ତତ୍ପରତା ଦେଖାଇଛି। କିଭଳି ଭାବରେ ପରୀକ୍ଷା ସୁରକ୍ଷିତ ଭାବରେ ସରିବ ? ଛାତ୍ରଛାତ୍ରୀ କିଭଳି ଭାବରେ ବିନା ଭୟରେ ପରୀକ୍ଷା ଦେବେ ? ସେନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

CHSE ଜାରି କଲା କଡା ଗାଇଡ଼ ଲାଇନ

ପରୀକ୍ଷା କେନ୍ଦ୍ର ଭିତରକୁ କୌଣସି ଛାତ୍ରଛାତ୍ରୀ ମୋବାଇଲ କି ଡିଜିଟାଲ ଘଣ୍ଟା ନେଇପାରିବେ ନାହିଁ। ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଣ୍ଟା ଲଗାଯାଇଛି ତେଣୁ କୌଣସି ଛାତ୍ରଛାତ୍ରୀଙ୍କ ଘଣ୍ଟା ପ୍ରବେଶ କରାଯିବ ନାହିଁ। ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଡ଼କୁମେଣ୍ଟ ପାଖରେ ରଖିବା ନେଇ ନିର୍ଦ୍ଦେଶ ରହିଛି । ନକଲି ପରିକ୍ଷାର୍ଥୀ ଉପରେ ରହିବ କଡା ନଜର । ପରୀକ୍ଷାର 30 ମିନିଟ ପୂର୍ବରୁ ପରିକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ।

ପରିକ୍ଷାର୍ଥୀଙ୍କ ସମ୍ମୁଖରେ ପ୍ରଶ୍ନ ପତ୍ର ଖୋଲାଯିବ। ଅଭିଭାବକ କି ଅନ୍ୟ କୌଣସି କର୍ମଚାରୀ ବିନା ଅନୁମତିରେ ପରିକ୍ଷାକେନ୍ଦ୍ର ଭିତରକୁ ପ୍ରବେଶ କରିବେ ନାହିଁ । ପରୀକ୍ଷା ଚାଲିଥିବା ସମୟରେ ଯଦି କୌଣସି ପିଲା ଟଏଲେଟ ଯିବାକୁ ଚାହିଁବ ? ସେହି ପରିକ୍ଷାର୍ଥୀର ପ୍ରଶ୍ନପତ୍ର ନିଜ ସ୍ଥାନରେ ରଖିକି ଯିବ। ପରୀକ୍ଷାର ଅଧାରୁ କୌଣସି ଛାତ୍ରଛାତ୍ରୀଙ୍କୁ ବାହାରକୁ ଆସିବାକୁ ଦିଆଯିବ ନାହିଁ।

ତେବେ ପରୀକ୍ଷାର୍ଥୀଙ୍କ ସାଧାରଣ ଭାବରେ ଦୁଇଟି ପର୍ଯ୍ୟାୟରେ ଚେକିଂ କରାଯିବ। ପ୍ରଥମଟି ହେଲା ବଡି ଫ୍ରିସ୍କିଙ୍ଗ। ଯାହାଦ୍ବାରା ପରୀକ୍ଷା କେନ୍ଦ୍ରରେ କୌଣସି ଇଲୋଟ୍ରୋନିକ୍ସ ଜିନିଷ ବ୍ୟବହାର ନିଷେଧ । ଅନ୍ୟଟି ହେଲା ପରୀକ୍ଷାର୍ଥୀଙ୍କ ପରିଚୟ ଓ ଆଡମିଟ କାର୍ଡ ଚେକ କରାଯିବ।

ପ୍ରଶ୍ନ ଉତ୍ତର ଖାତାରେ ସଠିକ ଭାବରେ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଲେଖିବା ଆବଶ୍ୟକ। ପରୀକ୍ଷା ଖାତାକୁ କୌଣସି କ୍ରମେ ବଳିପଡିଥିବା ପେପରକୁ ନଚିରିବାକୁ କୁହାଯାଇଛି। ଏଥିସହ ପ୍ରଶ୍ନ ପତ୍ରରେ କୌଣସି ପେନ ମାଧ୍ୟମରେ ଚିହ୍ନ ନଦେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ଯେଉଁ ମାନେ ଏଭଳି ପରୀକ୍ଷା କେନ୍ଦ୍ରରେ ଅଭାବନୀୟ ଘଟଣା ଘଟାଇବେ ସେମାନଙ୍କୁ ଓଡିଶା CONDUCT OF EXAMINATION ACT 1988 ଅନୁଯାୟୀ ଦଣ୍ଡ ବିଧାନ ଦିଆଯିବ । ତେବେ ଆସନ୍ତା ମେ’ ଶେଷ ସପ୍ତାହରେ କିମ୍ବା ଜୁନ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ବାହାରିବ ବୋଲି କହିଛନ୍ତି ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.