ETV Bharat / city

'ତଥ୍ୟର ସୁରକ୍ଷା ପାଇଁ ଦେଶରେ କଡାକଡି ଆଇନ ଜରୁରୀ' - ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ

ଡିଜିଟାଲ ଯୁଗରେ ସବୁଠୁ ବଡ ଚାଲେଞ୍ଜ ହେଉଛି ଗୋପନୀୟତା । ପ୍ରଯୁକ୍ତିବିଦ୍ୟାର ଉନ୍ନତି ଫଳରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବହୁ ପାଶ୍ଚାତ୍ୟ ଦେଶରେ ତଥ୍ୟର ସୁରକ୍ଷା ନେଇ କଡାକଡି ନିୟମ ରହିଛି । ଭାରତରେ ମଧ୍ୟ ଏକ ଦୃଢ ଆଇନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ ପ୍ରଫେସର ଏସଏନ ମିଶ୍ର ।

Professor SN Mishra
Professor SN Mishra
author img

By

Published : Jul 3, 2021, 10:58 PM IST

ଭୁବନେଶ୍ବର: ଡିଜିଟାଲ ଯୁଗରେ ସବୁଠୁ ବଡ ଚାଲେଞ୍ଜ ହେଉଛି ଗୋପନୀୟତା । ପ୍ରଯୁକ୍ତିବିଦ୍ୟାର ଉନ୍ନତି ଫଳରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବହୁ ପାଶ୍ଚାତ୍ୟ ଦେଶରେ ତଥ୍ୟର ସୁରକ୍ଷା ନେଇ କଡାକଡି ନିୟମ ରହିଛି । ଭାରତରେ ମଧ୍ୟ ଏକ ଦୃଢ ଆଇନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ ପ୍ରଫେସର ଏସଏନ ମିଶ୍ର । ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ଶନିବାର ଅପରାହ୍ଣରେ ‘ଗୋପନୀୟତା, ସୁରକ୍ଷା ଏବଂ ନୀତି- ତଥ୍ୟ ସୁରକ୍ଷା ସମ୍ପର୍କୀତ ଆଇନକୁ ନେଇ ବିଭିନ୍ନ ପ୍ରସଙ୍ଗ’ ଶୀର୍ଷକ ଆଲୋଚନାରେ ସାମିଲ ହୋଇ ଏହା କହିଛନ୍ତି ।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ବିଷୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଟେକ୍ନୋଲୋଜି ନଆସିବା ପୂର୍ବରୁ ଗୋପନୀୟତା ପ୍ରସଙ୍ଗରେ କୌଣସି ଆଲୋଚନା ହେଉନଥିଲା । ଡିଜିଟାଲ ଯନ୍ତ୍ରର ବ୍ୟାପକ ବ୍ୟବହୃତ ହିଁ ଏ ସମସ୍ୟାକୁ ଛିଡା କରିଛି । ଆମେ ପ୍ରତ୍ୟେକ ତୃତୀୟ ପକ୍ଷ ସହ ବ୍ୟକ୍ତିଗତ ତଥ୍ୟ ବାଣ୍ଟୁଛୁ । ଯାହା ଅନେକ ସମୟରେ ଆମ ପାଇଁ ବିପଦ ଆଣୁଛି । ତେଣୁ ତଥ୍ୟର ସୁରକ୍ଷା ଜରୁରୀ ହୋଇପଡିଛି । ପ୍ରଫେସର ମିଶ୍ର ଏ ପ୍ରସଙ୍ଗକୁ ବିଶ୍ବସ୍ତରୀୟ ପ୍ରେକ୍ଷାପଟ୍ଟରେ ଆଲୋଚନା କରିଥିଲେ । କହିଥିଲେ, ବ୍ୟକ୍ତିଗତ ଗୋପନୀୟତାର ଆବଶ୍ୟକତା ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏହା ବ୍ୟକ୍ତିର ମୌଳିକ ଅଧିକାର । ମାତ୍ର ଆଜିର ଦିନରେ ପ୍ରଯୁକ୍ତିବିଦ୍ୟାରର ବିକାଶ ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ହାତରେ ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ସଂଯୋଗ ବଡ ବିପଦ ଆଣିଛି । ପାରିବାରିକ, ଆର୍ଥିକ ତଥ୍ୟ ସହ ଧାର୍ମିକ, ରାଜନୈତିକ ବିଶ୍ବାସର ତଥ୍ୟ ସହଜରେ ଉପଲବ୍ଧ ହୋଇପାରୁଛି । ସରକାର ଏନେଇ ବହୁ ଆଇନ ଆଣିଥିବା ବେଳେ ସାମାଜିକ ଗଣମାଧ୍ୟମ ସଂସ୍ଥା ଗୁଡିକ ସହ ମୁହାଁମୁହିଁ ସ୍ଥିତି ହୋଇଛି ।

ଫେସବୁକ, ହ୍ବାଟସଆପ, ଟ୍ବିଟର ପରି ସାମାଜିକ ଗଣମାଧ୍ୟମରେ ତଥ୍ୟର ସୁରକ୍ଷା ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହାର ସମାଧାନ ସହ ଏକ କଠୋର ନୀତି ସରକାର ଆଣିବା ଦରକାର । ସେ ଆହୁରି କହିଥିଲେ, ଇଂଲଣ୍ଡରେ ତଥ୍ୟର ସୁରକ୍ଷା ନେଇ ସୁଦୃଢ ଆଇନ ରହିଛି । ଋଷିଆର କୌଣସି ନାଗରିକଙ୍କ ତଥ୍ୟ ଅନ୍ୟ କୌଣସି ଦେଶର ଲୋକେ ସଂଗ୍ରହ କରିପାରିବେ ନାହିଁ ସେ ନେଇ ଆଇନ ରହିଛି ।

ସେପରି ଭାରତରେ ମଧ୍ୟ ଲୋକଙ୍କ ଗୋପନୀୟତାକୁ ଗୁରୁତ୍ବ ଦେଇ ସରକାର ଦୃଢ ଆଇନ ଆଣିବା ଦରକାର । ଅନ୍ୟପକ୍ଷେ ଗୋପନୀୟତା ନାଁରେ ଯେପରି ଜାତୀୟ ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି କୌଣସି ବିପଦ ନ ଆସେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର । ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ସଂସ୍ଥାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.