ଭୁବନେଶ୍ବର: ରାଜଧାନୀରେ ଅଦିନିଆ ଝଡ ବର୍ଷାରେ ବେହାଲ ଭୁବନେଶ୍ବରବାସୀ। ହଠାତ ପାଗ ପରିବର୍ତ୍ତନ ହୋଇ କଳା ଅନ୍ଧାର ମାଡି ଆସିଥିଲା । ଆଉ ତାପରେ ଆରମ୍ଭ ହେଲା ଝଡ ବର୍ଷା।
ଏହି ଝଡ ବର୍ଷାରେ ବେହାଲ ରାଜଧାନୀବାସୀ। ଏପରିକି ଝଡ ବର୍ଷା ସହ ସ୍ଥାନେ ସ୍ଥାନେ କୁଆପଥର ମଧ୍ୟ ପଡିଛି। କିଛି ଅଞ୍ଚଳରେ ତାର ମଧ୍ୟ ଛିଡି ଯାଇଛି। ଝଡ ବର୍ଷା ସହ ପ୍ରାୟ ୩୦ ରୁ ୪୦ କିମି ବେଗରେ ପବନ ବୋହିଥିଲା ।
ତେବେ ପାଗରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ଭୁବନେଶ୍ବରରେ ସର୍ବନିମ୍ନ ୨୨.୫ ତାପମାତ୍ରା ଓ ସର୍ବାଧିକ ୩୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ଭୁବନେଶ୍ବରରୁ ତାପସ ପରିଡାଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ