ETV Bharat / city

ବସଷ୍ଟାଣ୍ଡରେ ବାଘ ଛାଲ ବିକ୍ରି, STF ଟିମ ପଞ୍ଝାରେ ୨ ଅଭିଯୁକ୍ତ

author img

By

Published : Nov 2, 2021, 1:32 PM IST

ମୟୂରଭଞ୍ଜ ଚଟଣି ବସଷ୍ଟାଣ୍ଡରେ ବାଘ ଛାଲ ବିକ୍ରି ବେଳେ STF ଟିମର ଚଢାଉ । ୨ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ବସଷ୍ଟାଣ୍ଡରେ ବାଘ ଛାଲ ବିକ୍ରି,  STF ଟିମ ପଞ୍ଝାରେ ୨ ଅଭିଯୁକ୍ତ
ବସଷ୍ଟାଣ୍ଡରେ ବାଘ ଛାଲ ବିକ୍ରି, STF ଟିମ ପଞ୍ଝାରେ ୨ ଅଭିଯୁକ୍ତବସଷ୍ଟାଣ୍ଡରେ ବାଘ ଛାଲ ବିକ୍ରି, STF ଟିମ ପଞ୍ଝାରେ ୨ ଅଭିଯୁକ୍ତ

ଭୁବନେଶ୍ବର: ମୟୂରଭଞ୍ଜ ଚଟଣି ବସଷ୍ଟାଣ୍ଡରେ ଚାଲିଥିଲା ବାଘ ଛାଲ ବିକ୍ରି । ବାଘ ଛାଲ ବିକ୍ରି ଡିଲ କରୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛି STF ଟିମ । ଏହାସହିତ ଗୋଟିଏ ବାଘଛାଲ ମଧ୍ୟ ଜବତ କରିଛି ଟିମ ।

ଅଭିଯୁକ୍ତ ଦୁଇ ଜଣ ହେଲେ ଅଜିତ କୁମାର ଗିରି ଓ ଚନ୍ଦ୍ରକାନ୍ତ କୁର୍ଜି । ଯିଏକି ରାଇରଙ୍ଗପୁର ମନଡା ଫରେଷ୍ଟ ଡିଭିଜନରୁ ବାଘ ଛାଲ ଆଣି ଏଭଳି ବିକ୍ରି କରୁଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ STF ଟିମ ଚଢାଉ କରିଥିଲା । ତେବେ ଗୋଟିଏ ବାଘଛାଲ ଜବତ କରାଯାଇଛି ।

୨୦୨୦ରୁ ଏଯାବତ ୧୮ଟି ବାଘଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ ଟିମ । ଏହାକୁ ରୋକିବା ପାଇଁ ଏସଟିଏଫ ଟିମ ବନ୍ୟପ୍ରାଣୀ ଶିକାର ବିରୋଧୀ ଅଭିଯାନ ଜାରି ରଖିଛି ବୋଲି SP ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.