ETV Bharat / city

STF ହାତରେ ଚୋରା ବନ୍ଧୁକ ବେପାରୀ, ଢେଙ୍କାନାଳରୁ ୧୦ ବନ୍ଧୁକ ଜବତ କଲା ଟିମ୍

author img

By

Published : Sep 24, 2021, 11:31 AM IST

Updated : Sep 24, 2021, 1:22 PM IST

ବନ୍ଧୁକ ଡିଲ ବେଳେ ଧରାପଡିଲେ ମାଫିଆ । ଦୁଇ ଗିରଫ ସହ ୯ଟି ଦେଶୀ ବନ୍ଧୁକ ଜବତ କଲା STF । ଅଧିକ ପଢନ୍ତୁ...

STF ହାତରେ ଚୋରା ବନ୍ଧୁକ ବେପାରି, ଢେଙ୍କାନାଳରୁ ୧୦ ବନ୍ଧୁକ ଜବତ କଲା ଟିମ୍

ଭୁବନେଶ୍ବର: ବସୁଥିଲା ଚୋରା ବନ୍ଧୁକ ହାଟ । ବନ୍ଧୁକ ପାଇଁ ଶିକାରୀ ବେପାରୀ ଠୁ ଆରମ୍ଭ କରି ପହଞ୍ଚୁଥିଲେ ଗ୍ରାହକ । ଡିମାଣ୍ଡ ଦେଖି ଚାଲୁଥିଲା ବେପାର । ହାତ ତିଆରି ବନ୍ଧୁକ ପାଇଁ ଗ୍ରାହକଙ୍କ ପାଇଁ ଡିମାଣ୍ଡ ଆଉ ଚୋରା ବେପାର ସମ୍ପର୍କରେ ସୁରାକ ପାଇଥିଲା STF ଟିମ୍ । ଢେଙ୍କାନାଳ ଭାପୁର ନିକଟରେ ଗ୍ରାହକମାନେ ଅପେକ୍ଷା କରିଥିବା ବେଳେ ୯ଟି ଦେଶୀ ସିଙ୍ଗଲବୋର ରାଇଫଲ ସହ ଗୋଟିଏ ରିଭଲଭର ଧରି ବିକ୍ରି ପାଇଁ ପହଞ୍ଚିଥିଲେ ବନ୍ଧୁକ ମାଫିଆ । ଠିକ୍ ସେହି ସମୟରେ ମାଡି ବସିଥିଲେ ପୂର୍ବରୁ ଲୁଚିଥିବା STF ଟିମର ଅଧିକାରୀ । ଦୁଇ ଜଣ ଗ୍ରାହକ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଦୁଇ ବେପାରୀ STF ହାତରେ ଧରାପଡିଛନ୍ତି ।

STF ହାତରେ ଚୋରା ବନ୍ଧୁକ ବେପାରୀ, ଢେଙ୍କାନାଳରୁ ୧୦ ବନ୍ଧୁକ ଜବତ କଲା ଟିମ୍

ଢେଙ୍କାନାଳରେ ଏଭଳି ବନ୍ଧୁକ ଡିଲ ବେଳେ ଧରାପଡିଛନ୍ତି ମାଫିଆ । ଭାପୁର ନିକଟରୁ ଦୁଇ ମାଫିଆଙ୍କୁ କାବୁ କରିଛି ଟିମ୍ । ଅଭିଯୁକ୍ତମାନେ ହେଲେ କାନ୍ଦି ନାୟକ ଓ ଶ୍ୟାମସୁନ୍ଦର ସେଠି ।

ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ନିଜ ହାତରେ ତିଆରି ବନ୍ଧୁକ ତିଆରି କରି ବିକ୍ରି କରୁଥିଲେ । ଗିରଫ ପରେ ସେମାନଙ୍କୁ ଠାରୁ ୯ଟି ଦେଶି ବନ୍ଧୁକ ସହ ଗୋଟିଏ ରିଭଲଭର ଜବତ କରିଛି STF ଟିମ୍ । ୨୦୨୦ରୁ ଏଯାବତ୍ ୫୬ଟି ବନ୍ଧୁକ ସହ ୯୬ ରାଉଣ୍ଡ ଗୁଳି ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 24, 2021, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.