ଭୁବନେଶ୍ବର: ରାଜ୍ୟରେ ମ୍ୟାଲେରିଆ ନିରାକରଣ ସଫଳ ହୋଇଛି। 2016ରେ ରାଜ୍ୟର 22 ଜିଲ୍ଲା ମ୍ୟାଲେରିଆ କବଳରେ ଥିବାବେଳେ 2017ରେ 21 ଓ 2018ରେ 10ଟି ଜିଲ୍ଲାରେ ଏହି ରୋଗ କାୟା ବିସ୍ତାର କରିଛି। ସମଗ୍ର ଦେଶରେ ଛତିଶଗଡ଼ର ସର୍ବାଧିକ 14 ଜିଲ୍ଳା ମ୍ୟାଲେରିଆ ପ୍ରବଣ ବୋଲି ଜଣାପଡ଼ିଛି।
![malaria prone](https://etvbharatimages.akamaized.net/etvbharat/prod-images/od-bbs-1-maleriaprone-avo-7205239_06122019144839_0612f_1575623919_1010.png)
![malaria prone](https://etvbharatimages.akamaized.net/etvbharat/prod-images/od-bbs-1-maleriaprone-avo-7205239_06122019144839_0612f_1575623919_784.png)
ଏନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏପରି କହିଛନ୍ତି। 2016 ରେ ଓଡ଼ିଶାରେ 4 ଲକ୍ଷ 44 ହଜାର 844 ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ 77 ଜଣଙ୍କ ମୃତ୍ୟୁ ହୋଇଛି।
![_malaria prone](https://etvbharatimages.akamaized.net/etvbharat/prod-images/od-bbs-1-maleriaprone-avo-7205239_06122019144839_0612f_1575623919_910.png)
![malaria prone](https://etvbharatimages.akamaized.net/etvbharat/prod-images/od-bbs-1-maleriaprone-avo-7205239_06122019144839_0612f_1575623919_233.png)
2017 ରେ 4 ଲକ୍ଷ 47 ହଜାର 860 ଜଣ ଆକ୍ରାନ୍ତ ହୋଇଥିବା ବେଳେ 24 ଜଣଙ୍କ ମୃତ୍ୟୁ ହୋଇଛି। 2018 ରେ 66 ହଜାର 311 ଜଣଙ୍କୁ ଆକ୍ରାନ୍ତ ହୋଇଥିଲା ବେଳେ ମାତ୍ର 3 ଜଣଙ୍କ ମୃତ୍ୟୁ ହୋଇଛି। 2018ରେ ଓଡ଼ିଶାରେ 5198 ଜଣଙ୍କୁ ଡେଙ୍ଗୁ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତ ଦୁଇ ବର୍ଷ ହେବ ଓଡ଼ିଶାରେ ଚିକେନଗୁନିଆର ପ୍ରାଦୁର୍ଭାବ ନଥିବା ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି ।
![malaria prone](https://etvbharatimages.akamaized.net/etvbharat/prod-images/od-bbs-1-maleriaprone-avo-7205239_06122019144839_0612f_1575623919_414.png)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ