ETV Bharat / city

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା; 9 ଜିଲ୍ଲାକୁ ୟେଲୋ, 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ - weather

ସୃଷ୍ଟ ଲଘୁଚାପ ନେଲା ଅବପାତର ରୂପ । 9 ଜିଲ୍ଲାକୁ ୟେଲୋ ଓ 5 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ । ଅଧିକ ପଢନ୍ତୁ..

state weather update
ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା
author img

By

Published : Oct 12, 2020, 10:16 AM IST

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇଛି । ଫଳରେ ଘଣ୍ଟାକୁ ୪ କିମି ବେଗରେ ଗତି କରୁଛି ଅବପାତ। ସୋମବାର ,ଏହା ଅଧିକ ଘନୀଭୂତ ହୋଇ ରାତ୍ରି ସମୟରେ ଉତ୍ତର ଆନ୍ଧ୍ର ଉପକୂଳ ନରସପୁର ଓ ବିଶାଖାପାଟନମ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି | 9 ଜିଲ୍ଲାକୁ ୟେଲୋ ଓ 5 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ନବରଙ୍ଗପୁର,କୋରାପୁଟ,ରାୟଗଡା,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଛି । ସମସ୍ତ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି 45 ରୁ 55 ରହିବ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଗୋପାଳପୁର ବନ୍ଦରକୁ 3ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାକି ଅନ୍ୟ ସବୁ ବନ୍ଦର ଗୁଡିକୁ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.