ETV Bharat / city

ପୁଷ୍ପା ହେଉ କି ପୁଷ୍ପରାଜ, ପରିବହନ ନିୟମ ଭାଙ୍ଗିଲେ ଗଣିବେ ଫାଇନ - ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ହେଲ୍‌ମେଟ ପାଇଁ ଟ୍ବିଟ୍‌

ପୁଷ୍ପା ହଉ କି ପୁଷ୍ପରାଜ ! ବିନା ହେଲମେଟରେ ଗାଡ଼ି ଚଲାଇଲେ ସମସ୍ତଙ୍କ ଚାଲାଣ କଟିବ । ଏ କଥା ଆମେ କହୁନାହୁଁ । ଏକଥା କହୁଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ

ପୁଷ୍ପା ହଉ କି ପୁଷ୍ପରାଜ, ପରିବହନ ନିୟମ ଭାଙ୍ଗିଲେ ଗଣିବେ ଫାଇନ

author img

By

Published : Jan 28, 2022, 10:59 PM IST

ଭୁବନେଶ୍ବର: ‘ପୁଷ୍ପା ହେଉ କି ପୁଷ୍ପରାଜ ! ବିନା ହେଲମେଟରେ ଗାଡ଼ି ଚଲାଇଲେ ସମସ୍ତଙ୍କ ଚାଲାଣ କଟିବ’ । ଏ କଥା ଆମେ କହୁନାହୁଁ । ଏକଥା କହୁଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏଭଳି ସଡ଼କ ସୁରକ୍ଷା ଟ୍ବିଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁଷ୍ପା ମୁକ୍ତିଲାଭ କରିଥିଲା । ଏଥିରେ ଦକ୍ଷିଣ ଷ୍ଟାର ଆଲ୍ଲୁ ଅର୍ଜୁନ ଦମଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏହି ଚଳଚ୍ଚିତ୍ର ଟ୍ରେଣ୍ଡିଂରେ ଥିବାରୁ ଏହାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ବିଟ୍‌ କରି କହିଛନ୍ତି ଯେ, 'ସବୁବେଳେ ହେଲମେଟ୍‌ ବ୍ୟବହାର କରନ୍ତୁ । ନହେଲେ ଆପଣ କେବଳ ଫାଇନ ନୁହେଁ, ତା ସହିତ ଆପଣ ଆପଣଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି ।'

ଅଧିକାଂଶ ଲୋକ ପୁଷ୍ପା ଚଳଚ୍ଚିତ୍ର ମୁଖ୍ୟ ଭୁମିକା ପୁଷ୍ପରାଜଙ୍କୁ ଫଲୋ କରୁଥିବାରୁ ଏଭଳି ବ୍ୟଙ୍ଗାତ୍ମକ ଢଙ୍ଗରେ ଟ୍ବିଟ୍‌ କରି ସଚେତନ କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏଭଳି ଟ୍ବିଟକୁ ୟୁଜର ଖୁବ୍‌ ପସନ୍ଦ କରୁଛନ୍ତି । ପୁଷ୍ପରାଜ ମାଧ୍ୟମରେ ହେଉ ପଛେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.