ଭୁବନେଶ୍ବର: ଘନେଇଲା ଚାଉଳ ରାଜନୀତି। ଉଷୁନା ଅରୁଆ ଚାଉଳକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହେବା ପରେ ଏବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଚିଠି ଯୁଦ୍ଧ।

କେନ୍ଦ୍ରର ଚିଠିର ଜବାବ ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସେ କହିଛନ୍ତି, ଉଷୁନା ଚାଉଳ ନେବା ବନ୍ଦ କଲେ ଓଡ଼ିଶା କ୍ଷତି ସହିବ।

ଗତବର୍ଷ ରାଜ୍ୟ ସରକାର ନିଜ ସ୍ତରରେ ଚଳାଇ ନେଲେ ହେଲେ ଚଳିତବର୍ଷ ପ୍ରାୟ 10 ହଜାର କୋଟି କ୍ଷତି ସହିବ ଓଡିଶା। ତେଣୁ ତୁରନ୍ତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହିତ ଲୋକଙ୍କ ସ୍ୱାର୍ଥ ଜନିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

ସେହିଭଳି ରାଜ୍ୟ ଯୋଗାଣ ନିଗମ ଉପରେ ଥିବା ବକେୟା ସବସିଡି ବାବଦରେ ପ୍ରାୟ 6 ହଜାର କୋଟି ଟଙ୍କା ତୁରନ୍ତ ଦେବାକୁ ସେ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ