ETV Bharat / city

ଫନି ତାଣ୍ଡବ, କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା - discussion

ଫନିକୁ ନେଇ କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ  ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।  ବିଶେଷ କରି ଟେଲିଫୋନ ସଂଯୋଗୀକରଣ ଓ ବିଦ୍ୟୁତିକରଣ ନେଇ ଆଲୋଚନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 7, 2019, 8:58 PM IST

ଭୁବନେଶ୍ବର: ଫନିର ପ୍ରକୋପରେ ଅଚଳ ହୋଇ ପଡିଛି ଟେଲିଫୋନ ସେବା । ଫଳରେ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏନେଇ କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଵିଶେଷ କରି ଟେଲିଫୋନ ସଂଯୋଗୀକରଣ ଓ ବିଦ୍ୟୁତିକରଣ ନେଇ ଆଲୋଚନା ହୋଇଛି । ତେବେ ଅନେକ ସ୍ଥାନରେ ମୋବାଇଲ ଟାୱାର ଅଚଳ ହୋଇପଡିଛି । ତେଣୁ କେନ୍ଦ୍ର ସରକାରଙ୍କୁ 60ଟି ସେଲ ଅନ ହ୍ବିଲ ମଗାଯାଇଛି । ଯେଉଁଥିରୁ ଅଳ୍ପ କିଛି ଆସିପାରିଛି ଓ ବାକି ତୁରନ୍ତ ପହଞ୍ଚିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ବିଦ୍ୟୁତିକରଣ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏବେ ଯାଏ ମାତ୍ର 10 ପ୍ରତିଶତ ବିଦ୍ୟୁତ ସଂଯୋଗ ହୋଇଛି । କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ପ୍ରାୟ 5 ହଜାର କୁଶଳୀ ଶ୍ରମିକଙ୍କୁ ଅଣି କାମରେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

ସେପଟେ ପୁରୀ ଓ ଭୁବନେଶ୍ବରରେ 80 ପ୍ରତିଶତ ପାନୀୟ ଜଳ ଯୋଗାଣ ହୋଇଛି । ଡିଜି ସେଟ ଜରିଆରେ ପାଣି ଯୋଗଣ ସ୍ବାଭାବିକ କରାଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.