ETV Bharat / city

କୋରୋନା ମୁକାବିଲା ନେଇ ରାଜ୍ୟ ଯୋଜନା ବୋର୍ଡର ବୈଠକ

author img

By

Published : May 14, 2020, 4:25 PM IST

କୋରୋନା ମୁକାବିଲା ନେଇ ରାଜ୍ୟ ଯୋଜନା ବୋର୍ଡ଼ର ବୈଠକ । ବୈଠକରେ ଅର୍ଥନୀତିକୁ ମଜବୁତ କରିବା ପାଇଁ 4ଟି କ୍ଷେତ୍ରକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ନେଇ ରାଜ୍ୟ ଯୋଜନା ବୋର୍ଡର ବୈଠକ
କୋରୋନା ମୁକାବିଲା ନେଇ ରାଜ୍ୟ ଯୋଜନା ବୋର୍ଡର ବୈଠକ

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ରାଜ୍ୟ ଯୋଜନା ବୋର୍ଡ଼ର ବୈଠକ । ବୈଠକରେ ଅର୍ଥନୀତିକୁ ମଜବୁତ କରିବା ପାଇଁ 4ଟି କ୍ଷେତ୍ରକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କହିଛନ୍ତି ।

ଚାରିଟି କ୍ଷେତ୍ର ମଧ୍ୟରେ କୃଷି ଓ ଗ୍ରାମୀଣ ଅର୍ଥନୀତି, MSME, ଜନସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ରହିଛି । କୋରୋନାକୁ ଆଖି ଆଗରେ ରଖି ପ୍ରସ୍ତୁତ ହେବ ଯୋଜନା । ଏଥିପାଇଁ ନୋଡାଲ ଏଜେନ୍ସି ଭାବେ କାମ କରିବ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା ପରିଷଦ । ଏହା ସହ ଅର୍ଥନୈତିକ ବିଶାରଦ, ସାମାଜିକ କର୍ମୀ, ଯେଉଁମାନଙ୍କ ଏ କ୍ଷେତ୍ରରେ ପାରଦର୍ଶିତା ଅଛି ସେମାନଙ୍କ ପରାମର୍ଶ ନିଆଯିବ ବୋଲି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି । ସେହିପରି କୋରୋନା ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବାପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

Odisha
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.