ETV Bharat / city

OdishaAssembly: ହାତ ଟେକିଦେଲା ରାଜ୍ୟ, ମନ୍ତ୍ରୀଙ୍କ ଜବାବ GSTକୁ ନେଇ କିଛି କରିହେବ ନାହିଁ

author img

By

Published : Jul 18, 2022, 7:52 PM IST

ବିଧାନସଭାରେ ଉଠିଲା ଚୁଡା, ମୁଢ଼ି, ଖଈ, ଉଖୁଡା, ଘୋଳ ଦହି ଇତ୍ୟାଦିରେ ଲାଗିଥିବା GST ପ୍ରସଙ୍ଗ । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । GST ପ୍ରସଙ୍ଗରେ ରାଜ୍ୟ କିଛି କରିପାରିବ ନାହିଁ ବୋଲି ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ବିଧାନସଭାରେ ଉଠିଲା ଚୁଡା, ମୁଢ଼ି, ଖଈ, ଉଖୁଡା, ଘୋଳ ଦହି ଇତ୍ୟାଦିରେ ଲାଗିଥିବା GST ପ୍ରସଙ୍ଗ । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ସେପଟେ ଏହି ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର । GST ପ୍ରସଙ୍ଗରେ ରାଜ୍ୟ କିଛି କରିପାରିବ ନାହିଁ ବୋଲି ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।

ହାତ ଟେକିଦେଲା ରାଜ୍ୟ, ମନ୍ତ୍ରୀଙ୍କ ଜବାବ GSTକୁ ନେଇ କିଛି କରିହେବ ନାହିଁ

ମୁଢି, ଖଈ, ଉଖୁଡା, ପଇଡ ପାଣି, ଘୋଳ ଦହି, ପନିର, ଶୁଖିଲା ସୋୟାବିନ, ମଟର, ଓଟସ, ବାର୍ଲି, ଅଟା, ଚାଉଳ, ଗୁଡ ଉପରେ 5 ପ୍ରତିଶତ ଟ୍ୟାକ୍ସ ଦେବେ ଉପଭୋକ୍ତା । ଏନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ବିଧାୟକ ଦଳ । ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଯଦି କେନ୍ଦ୍ର ସରକାର ଏହା ଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡିଶାରେ କର୍ଯ୍ୟକାରୀ ନକରାନ୍ତୁ ବୋଲି ଦାବୀ କରିଛନ୍ତି ସୁର । ଯଦି ଏହା ରାଜ୍ୟରେ ଲାଗୁ କରିବେ ତେବେ ନିଜେ ତାହାକୁ ବହନ କରନ୍ତୁ ବୋଲି ଦାବିୀ କରିଛନ୍ତି ବିଧାୟକ । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ଖାଦ୍ୟ ଉପରେ ମାଡ କରୁଛନ୍ତି । ଓଡିଶାର ସର୍ବଦଳୀୟ ଟିମ ଦିଲ୍ଲୀ ଚାଲନ୍ତୁ । ପ୍ରଧାନମନ୍ତ୍ରୀ ଓ GST କାଉନସିଲ ଅଧ୍ୟକ୍ଷଙ୍କୁ ଭେଟନ୍ତୁ । ଓଡିଶାର ସମସ୍ୟା ବାବଦରେ ଦାବୀ ଉପସ୍ଥାପନ କରାଯାଉ ବୋଲି ତାରା ପ୍ରସାଦ ବାହିନୀପତି ଦାବୀ କରିଛନ୍ତି ।

ବିରୋଧୀ କଂଗ୍ରେସ ବିଧାୟକ ଉଠାଇଥିବା ପ୍ରସଙ୍ଗ ଉପରେ ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଲୋକଙ୍କୁ ଭ୍ରମିତ କରିବାକୁ ବିରୋଧୀ ଅପଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି GST କେବଳ କମ୍ପାନୀ ମାନଙ୍କ ଦ୍ବାରା ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଟ ଉପରେ ଲାଗୁହେବ । ଗ୍ରାମାଞ୍ଚଳରେ ବିକ୍ରୀ ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଉଦେବଗ ଜଣାଇବାକୁ ଗୃହରେ ଅର୍ଥମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.