ETV Bharat / city

ଓଡିଶାକୁ ଆଦର୍ଶ ରାଜ୍ୟ ଭାବେ ଗଠନ କରିବା ମୁଖ୍ୟ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ - ଉତ୍କଳ ଦିବସ ସମାରୋହ 2021

ଓଡିଶାକୁ ଏକ ଆଦର୍ଶ ରାଜ୍ୟ ଭାବରେ ଗଠନ କରିବାକୁ ଲକ୍ଷ୍ୟ ରହିଛି । ଉତ୍କଳ ଦିବସ ଅବସରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ- 2021ରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବରେ ଗଠନ କରିବାକୁ ଲକ୍ଷ୍ୟ ରହିଛି: ମୁଖ୍ୟମନ୍ତ୍ରୀ

author img

By

Published : Apr 1, 2021, 9:44 PM IST

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ- 2021 । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେଇଛନ୍ତି। ଓଡ଼ିଶା ସମସ୍ତ ବରପୁତ୍ରମାନଙ୍କ ତ୍ୟାଗ ପାଇଁ ଏକ ସ୍ୱତନ୍ତ୍ର ଓଡିଶା ଭାବରେ ସଫଳ ହୋଇପାରିଛି । ଓଡିଶାର ଭାଷା ସାହିତ୍ୟ ସଂସ୍କୃତିକୁ ଯେଉଁମାନେ ଦେଶର ଏକ ନଂ ସ୍ଥାନରେ ପହଁଞ୍ଚାଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖମନ୍ତ୍ରୀ । ଏହାସହ ବିକାଶର ସମସ୍ତ ପକ୍ରିୟାରେ ଜନସାଧାରଣ ଭାଗିଦାର ହୁଅନ୍ତୁ । ବିକାଶ କ୍ଷେତ୍ରରେ ଓଡିଶାକୁ ଏକ ବିକଶିତ ଏବଂ ଏକ ଆଦର୍ଶ ରାଜ୍ୟ ଭାବରେ ଗଠନ କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବରେ ଗଠନ କରିବାକୁ ଲକ୍ଷ୍ୟ ରହିଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବରପୁତ୍ରମାନେ ଅନେକ ସ୍ୱପ୍ନ ଦେଖିଥିଲେ। ଯାହାଫଳରେ ଦେଶ ବିଦେଶରେ ଓଡିଶାର ଭାଷା ସଂସ୍କୃତିକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟରେ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ରାଜ୍ୟରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ହାର ବୃଦ୍ଧି ପାଇଛି । ଓଡିଶା ଶାନ୍ତି ଓ ବିକାଶର ନୂଆ ପରିଚୟ ପାଇଛି । ଏଥିପାଇଁ ଅଧିକରୁ ଅଧିକ ଉଦ୍ୟମ ଜାରି ରହିଛି । ଏଥିପାଇଁ ବିକାଶର ସମସ୍ତ ପ୍ରକ୍ରିୟାରେ ଜନସାଧାରଣ ଭାଗିଦାର ହୁଅନ୍ତୁ । ସ୍କୁଲ ଓ କଲେଜରେ ବିକାଶ ଲାଗି ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସୁଛନ୍ତି । ଏଭଳି ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଓଡିଶା ଆଗେଇ ପାରିବ । ଓଡିଶାକୁ ସବୁ କ୍ଷେତ୍ରରେ ବିକଶିତ ଓ ଆଦର୍ଶ ରାଜ୍ୟ ଭାବରେ ଆଗେଇ ପାରିବ । ତାହେଲେ ସଶକ୍ତ ଓଡ଼ିଶା ଗଠନର ସ୍ବପ୍ନ ସାକାର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.