ETV Bharat / city

ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା: ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

author img

By

Published : Mar 17, 2022, 10:44 PM IST

ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ପ୍ରସ୍ତୁତି କମିଟି ବୈଠକ । ଅଧିକ ପଢନ୍ତୁ

ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା: ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି ।ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ପ୍ରସ୍ତୁତି କମିଟି ବୈଠକ । ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ହୋଇଛି ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ ଏସବୁକୁ ପୂର୍ଣ୍ଣ କର୍ମକ୍ଷମ ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାନୀୟ ଜଳ ଉତ୍ସର ବିଶୁଦ୍ଧିକରଣ ସହ ନିୟମିତ ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନଳକୂପ ଓ କୁଅ ଆଦି ନିକଟରେ ପଶୁପକ୍ଷୀମାନଙ୍କ ଲାଗି ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁ ପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଯେତେବେଳେ କୌଣସି ସ୍ଥାନରେ ସର୍ବାଧିକ ତାପମାତ୍ରା ଲଗାତାର ଭାବେ ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରହେ ସେତେବେଳେ ସାଧାରଣତଃ ଗ୍ରୀଷ୍ମପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ । ଏଥିପାଇଁ ପ୍ରତ୍ୟେକ ପାଣିପାଗ ସବ୍ ଡିଭିଜନରେ ଦୈନିକ ତାପମାତ୍ରାର ଅନୁଧ୍ୟାନ କରାଯିବ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୩୦ଟି ସ୍ଥାନରେ ତାପମାତ୍ରା ରେକର୍ଡ଼ କରାଯାଉଛି ।

ଉନ୍ନୟନ କମିଶନର କହିଛନ୍ତି ଯେ, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ଫେବୃଆରୀ ମାସରୁ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ୨୦୨୨ ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟଧାରା ପଦ୍ଧତି (ଏସ୍.ଓ.ପି ) ସମସ୍ତ ବିଭାଗମାନଙ୍କୁ ପଠାଯାଇଛି । ସଂପୃକ୍ତ ବିଭାଗମାନେ ନିଜ ନିଜ ମୁକାବିଲା ଯୋଜନାର କାର୍ଯ୍ୟାନ୍ଵୟନ ଅଗ୍ରଗତି ବିଷୟରେ ନିୟମିତ ଭାବେ ସ୍ଵତନ୍ତ୍ର ରିଲିଫ୍ କମିଶନ ଅଫିସଙ୍କୁ ଅବଗତ କରାଇବା ସେ ନିର୍ଦେଶ ଦେଇଛନ୍ତି ।

ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବୈଠକ କରି ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲା ଗ୍ରୁପ୍ ମାନେ ପ୍ରତିଦିନ ବୈଠକ କରି ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତିର ଅନୁଶୀଳନ କରିବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହ ବିଷୟରେ ଆଗୁଆ ସତର୍କ ସୂଚନାର ଉପଯୁକ୍ତ ପ୍ରସାରଣ ଲାଗି ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧିତ ସତର୍କତା ଗୁଡିକ ବିଷୟରେ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ମାନଙ୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଳଗାତର ଜାରି ରଖିବାକୁ ଉନ୍ନୟନ କମିଶନର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ କହିଛନ୍ତି । ଏଥିରେ ଗଣମାଧ୍ୟମ, ସ୍ଵଚ୍ଛାସେବୀ ସଂଘ, ପଞ୍ଚାୟତିରାଜ ଅନୁଷ୍ଠାନ, ଗ୍ରାମ ସମୁଦାୟଙ୍କୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା, ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ପାଖରେ ଓ.ଆର.ଏସ୍ ପ୍ୟାକେଟ ମହଜୁଦ, ପଶୁପକ୍ଷୀମାନଙ୍କ ନିମନ୍ତେ ଜଳ ଓ ଚିକିତ୍ସା ବ୍ୟବସ୍ଥା, ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟସ୍ଥଳୀରେ ଜଳ ଓ ବିଶ୍ରାମ ସ୍ଥଳ ନିର୍ମାଣ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡି ମାନଙ୍କରେ ସମୟ ନିର୍ଘଣ୍ଟରେ ଆବଶ୍ୟକୀୟ ପରିବର୍ତ୍ତନ, ଯାତ୍ରୀବାହି ଯାନବାହାନରେ ପାଣି ଓ ଅଧିକ ଭିଡ ନିୟନ୍ତ୍ରଣ, ଫାଷ୍ଟଏଡ୍ ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ ଯୋଗାଣ, କେନାଳରେ ପାଣି ଛାଡିବା, ଅଂଶୁଘାତ ଆକ୍ରାନ୍ତ ଲୋକଙ୍କ ପାଇଁ ସହାୟତା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତି ମାନ ନିଆଯାଇଛି ।

ଆଜିର ଏହି ବୈଠକରେ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.