ETV Bharat / city

ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା: ଶିଶୁଙ୍କ ପାଇଁ ପ୍ରସ୍ତୁତ ହେବ 3000 ବେଡ୍ - କୋରୋନା

ସମ୍ଭାବ୍ୟ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ । ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପଢନ୍ତୁ...

ସାମ୍ଭାବ୍ୟ ତୃତୀୟ ଲହର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ, ଶିଶୁଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ

author img

By

Published : Aug 12, 2021, 2:06 PM IST

Updated : Aug 12, 2021, 2:57 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଠିକ ସମୟରେ ଶିଶୁ ମାନଙ୍କ ପାଇଁ 600 ବେଡ଼ର ଆବଶ୍ୟକତା ଅଛି । ରାଜ୍ୟ ସରକାର 3000 ବେଡ଼ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । 200ରୁ 250 ଆଇସିୟୁ ବା ଏଚଡିୟୁ ବେଡ ହେବ । 3000 ବେଡ଼ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ ହସ୍ପିଟାଲ, ସରକାରୀ ଡାକ୍ତରଖାନା, ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ । କେନ୍ଦ୍ରର ଆକଳନ ଅନୁସାରେ ଦୈନିକ 10 ହଜାର ପିକ ହେଲେ 600 ବେଡ଼ ଶିଶୁଙ୍କ ପାଇଁ ଦରକାର । ରାଜ୍ୟରେ ପିକ ସମୟରେ 10ରୁ 12 ହଜାର ସଂକ୍ରମଣ ହୋଇଥିଲା ।

ସାମ୍ଭାବ୍ୟ ତୃତୀୟ ଲହର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ, ଶିଶୁଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ

ଅକ୍ସିଜେନ ଯଥେଷ୍ଟ ପରିମାଣରେ ଅଛି। ଜିଲ୍ଲା ହସ୍ପିଟାଲ ମାନଙ୍କରେ ଏଲଏମଓ ପ୍ଲାଣ୍ଟ ଓ ଡିଏସଏ ପ୍ଲାଣ୍ଟ ଲାଗିବା କାମ ଚାଲିଛି । ତୃତୀୟ ଲହର ବେଳକୁ କିଛି ଅସୁବିଧା ନଥିବ । ଏହି ମାସ ଶେଷ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟାଳୟରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ହୋଇପାରିବ । ରାଜ୍ୟରେ ଭିତ୍ତିଭୂମି, ଟ୍ରେନିଂ ଓ ଆବଶ୍ୟକୀୟ ଉପକରଣ ସବୁ ଠିକ ଅଛି । ପିଲା ମାନଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି 30 କୋଟି ଟଙ୍କାର 36ଟି ଉପକରଣ, 30 ପ୍ରକାର ଔଷଧ ତାଲିକା ପ୍ରସ୍ତୁତ ହୋଇ ସରକାର କିଣିବା ଆରମ୍ଭ କରିଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ସମ୍ଭାବ୍ୟ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ । ତୃତୀୟ ଲହର ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛୁ । ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଆବଶ୍ୟକୀୟ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ପ୍ରସ୍ତୁତି ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଡ୍ରଗ୍ସ ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ରହିଛି । ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତାହା ପାଇଁ ଆବଶ୍ୟକ ଭାବରେ ଟ୍ରେନିଂ ଦିଆଯାଉଛି । ସ୍ୱାସ୍ଥ୍ୟ ସେବାର ଉପରୁ ତଳ ସ୍ତର ଯାଏ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି । ଆମେ ବର୍ତ୍ତମାନ ଦ୍ଵିତୀୟ ଲହରରେ ଅଛେ । ସଂକ୍ରମଣ ରହିଛି । ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି । ସେଠି ସଂକ୍ରମଣ ରହୁଛି । ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି।

ସେହିଭଳି ଭାବେ ସଦାସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ । ସେହି ଅନୁସାରେ ସାବଧାନ ରହିବାକୁ ପଡ଼ିବ । କମ୍ୟୁନିଟିକୁ ଅନୁରୋଧ କରିବୁ ନିୟମ ମାନନ୍ତୁ। କୋରୋନାର ସମସ୍ତ ନିୟମ ମାନି ଚାଲିବାକୁ। ତାହେଲେ ଆମେ କୋରୋନାକୁ ନିୟନ୍ତ୍ରଣ କରିପାରିବା । ତୃତୀୟ ଲହର ଆସୁ ବା ନ ଆସୁ ଆମେ ପ୍ରସ୍ତୁତ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Aug 12, 2021, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.