ETV Bharat / city

ଟ୍ୟାକ୍ସ ଭରୁନାହାଁନ୍ତି ଗୁଟୁଖା ପ୍ରସ୍ତୁତକାରୀ କମ୍ପାନୀ, ୧୪ ଜିଲ୍ଲାରେ ୧୨୧ ଅଫିସରଙ୍କ ମାରାଥନ ରେଡ

author img

By

Published : Mar 3, 2022, 6:17 PM IST

Updated : Mar 3, 2022, 10:06 PM IST

ଜିଏସଟି(GST) ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାରେ ଚଢାଉ । ତେବେ ୧୪ ଜିଲ୍ଲାରେ ୨୦ ଜଣ ବଡ ଟବାକୋ ଡିଲର( Tobacco dealer)ଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ । ଅଧିକ ପଢନ୍ତୁ

GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ
GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ

ଭୁବନେଶ୍ବର: ଜିଏସଟି(GST) ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାରେ ଚଢାଉ । ତେବେ ୧୪ ଜିଲ୍ଲାରେ ୨୦ ଜଣ ବଡ ଟବାକୋ ଡିଲର( Tobacco dealer)ଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ । ଏମାନେ ଜିଏସଟି ଫାଙ୍କି କାରବାର କରୁଥିବା ଅଭିଯୋଗ ପରେ ରାଜ୍ୟ ଜିଏସଟି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି ।

GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ

ଏତଦ୍‌ବ୍ୟତିତ୍‌ ୩୦ରୁ ଅଧିକ ଟିମ ଏହି ୧୪ ଜିଲ୍ଲାରେ ଚଢାଉ କରୁଛନ୍ତି । ଏହି ୧୪ ଜିଲ୍ଲାରେ ୧୨୧ ଜଣ ଅଫିସରଙ୍କ ନେତୃତ୍ବରେ ମାରାଥନ ଚଢାଉ ହୋଇଛି । ଏଥିସହ ଭୁବନେଶ୍ୱରସ୍ଥିତ ରସୁଲଗଡ଼ରେ ଥିବା ଜଗନ୍ନାଥ ମଲ୍ଟିଫୁଡ ଆଣ୍ଡ ଟବାକୋ (Jagannath Multifood & Tobacco)ରେ ମଧ୍ୟ ଚଢାଉ କରାଯାଇଛି ।

GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ
GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ

ଅପରପକ୍ଷରେ ତମ୍ଭାଖୁ ଓ ସିଗାରେଟ ପ୍ରସ୍ତୁତକାରୀ କମ୍ପାନି ଜିଏସଟି ଭରୁ ନଥିବା କାରଣରୁ ଏହି ଚଢାଉ କରାଯାଇଛି । ତେବେ ଯେଉଁ ଭଳି ଭାବରେ ବ୍ୟବସାୟ କରୁଛନ୍ତି, ସେହି ତୁଳନାରେ ଟ୍ୟାକ୍ସ ଭରୁ ନାହାନ୍ତି । ଏହି ଆଧାରରେ ୧୪ଟି ଜିଲ୍ଲାରେ ରାଜ୍ୟ ଜିଏସଟି ବିଭାଗର ୩୦ଟି ଟିମ ଚଢାଉ କରିଛନ୍ତି ।

ଅନ୍ୟପଟେ ୧୨୧ ଜଣ ଜିଏସଟି ଅଫିସିଆଲ ଓ ପୋଲିସ ବିଭିନ୍ନ ଗୁଟୁଖା କାରଖାନାର‌ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ ଓ ଅର୍ଡର ରିପୋର୍ଟ ସହ ଜିଏସଟି ଫାଇଲି କାଗଜ ପତ୍ର ଯାଞ୍ଚ କରିଥିଲେ‌ । ଭୁବନେଶ୍ୱର କଟକ, ପୁରୀ ସମେତ କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର ଆଦି ୧୪ଟି ଜିଲ୍ଲାରେ ରେଡ କରାଯାଇଥିଲା‌ । ତେବେ ପୁର୍ବରୁ ମଧ୍ୟ ସମାନ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଷ୍ଟେଟ ଜିଏସଟି ଟିମ ପକ୍ଷରୁ ବିଭିନ୍ନ ଜୁଏଲାରି ଦୋକାନରେ ରେଡ କରି ୯ କୋଟି ୮୨ ଲକ୍ଷ ଫାଇନ ଆଦାୟ କରାଯାଇଥିଲା । ସେହିପରି ଫର୍ଣ୍ଣିଚର ଗୋଡାଉନ ଓ ଦୋକାନରେ ରେଡ କରି ୨ କୋଟି ୫୨ ଲକ୍ଷ ଫାଇନ ମଧ୍ୟ ଆଦାୟ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Mar 3, 2022, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.