ETV Bharat / city

ଖସୁଛି TPR, ହେବ କି ସମ୍ପୂର୍ଣ୍ଣ ଅନଲକ ?

author img

By

Published : Jul 14, 2021, 6:08 PM IST

ଆସନ୍ତା ୧୬ ତାରିଖରେ ଶେଷ ହେବ ରାଜ୍ୟର ଆଶିଂକ ଲକଡାଉନ କଟକଣା ଅବଧି । ତେବେ 16 ପରେ ରାଜ୍ୟ କୋଭିଡ଼ କଟକଣା ମୁକ୍ତ ବା ଯୁକ୍ତ ରହିବ, ଏନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି । ଆସନ୍ତାକାଲି (ଗୁରୁବାର) ଅପରାହ୍ନରେ ଏନେଇ ଚିତ୍ର ସ୍ପଷ୍ଟ ହେବ । ଅଧିକ ପଢନ୍ତୁ...

ଆସନ୍ତାକାଲି ଘୋଷଣା, ଆହୁରି କୋହଳ ହୋଇପାରେ କଟକଣା

ଭୁବନେଶ୍ବର: ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ହୋଇଥିବା ଆଶିଂକ ଲକଡାଉନ ଆସନ୍ତା ୧୬ ତାରିଖରେ ଶେଷ ହେବ । ତେବେ 16 ପରେ ରାଜ୍ୟ କୋଭିଡ଼ କଟକଣା ମୁକ୍ତ ବା ଯୁକ୍ତ ରହିବ, ଏନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି । ଆଜି ରାଜ୍ୟରେ ସଂକ୍ରମଣ ହାର (TPR) 3 ପ୍ରତିଶତ ତଳକୁ ରହିଛି । କିନ୍ତୁ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ବାଲେଶ୍ଵର ଓ ମୟୂରଭଞ୍ଜ ସରକାରଙ୍କ ଚିନ୍ତା ବଢେଇଛି । ତେବେ ଆସନ୍ତାକାଲି(ଗୁରୁବାର) ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ରାଜ୍ୟ ଉଦ୍ଦେଶ୍ୟରେ ସମ୍ବୋଧନ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ।

ରାଜ୍ୟରେ ଚଳିତ ମାସ ଆରମ୍ଭରେ ରାଜ୍ୟରେ ହାରାହାରି ସଂକ୍ରମଣ ହାର 4.17% ଥିଲା । ଆଜି ଏହା 2.99%କୁ ଖସିଛି । ଜୁଲାଇ 1ରେ 20ଟି ଜିଲ୍ଲାରେ ସଂକ୍ରମଣ ହାର 5 ପ୍ରତିଶତରୁ କମ ଥିବାରୁ A କ୍ୟାଟେଗୋରି ଥିଲେ । ବାକି 5 ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା 10 ଜିଲ୍ଲା B କ୍ୟାଟେଗୋରି ଥିଲା । ଗତ 14 ଦିନ ମଧ୍ୟରେ B କ୍ୟାଟେଗୋରି ଜିଲ୍ଲାରେ ସଂକ୍ରମଣ ହାର 5 ପ୍ରତିଶତ ତଳକୁ ଖସିଛି । ଏହି ସବୁ ଜିଲ୍ଲା A କ୍ୟାଟେଗୋରିରେ ସାମିଲ ହେବେ । କେବଳ ଖୋର୍ଦ୍ଧା, କଟକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି । ବିଭିନ୍ନ କାରଣରୁ ଏହି ଜିଲ୍ଲାମାନଙ୍କରେ ସଂକ୍ରମଣ କମୁ ନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି ।

ତେବେ ଖୋର୍ଦ୍ଧା ଓ କଟକରେ ବଢୁଥିବା ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ସରକାର କଣ ପଦକ୍ଷେପ ନେବେ ତାହା ଆସନ୍ତାକାଲି(ଗୁରୁବାର) ଜଣାପଡିବ । ଖୋର୍ଦ୍ଧା ଓ କଟକକୁ ଛାଡି ରାଜ୍ୟର ଅନ୍ୟ ଜିଲ୍ଲାରେ ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ କଟକଣା କୋହଳ କରିପାରନ୍ତି ସରକାର । ଏହାସହ ଏହି ଜିଲ୍ଲାମାନଙ୍କରେ ବସ୍ ସେବା ମଧ୍ୟ ସ୍ୱାଭାବିକ ହେବ । ଜୀବନ ସହ ଜୀବିକା ବଞ୍ଚାଇବା ଲାଗି କଟକଣା କୋହଳ କରିପାରନ୍ତି ସରକାର ।

ରାଜ୍ୟର ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ବି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ । ବିଶେଷକରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ତାହା ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ । ଯେହେତୁ ମ୍ୟୁଟେସନ ହେଉଛି ତେଣୁ ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର ତୃତୀୟ ଲହର ଆସୁ ନ ଆସୁ ସର୍ଭିଲାନ୍ସ, ଟୀକାକରଣ ସାଙ୍ଗକୁ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେବେ ସରକାର ।

ପଡୋଶୀ ଛତିଶଗଡ଼ରେ ପୁଣି ଥରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଛତିଶଗଡ଼ ଯୋଗୁଁ ଦ୍ଵିତୀୟ ଲହରରେ ପଶ୍ଚିମ ଓଡିଶାର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ତେଣୁ ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗ ସୀମାରେ ଯଦିଓ ସେଭଳି କିଛି ଦରକାର ନାହିଁ, ମାତ୍ର ଆମେ ତାହା ପାଇଁ ବି ସଜାଗ ହୋଇଛୁ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । 16 ପରେ ରାଜ୍ୟରେ କଟକଣା କୋହଳ କରିବା ପରେ ବି କିଛିଟା କଟକଣା ରଖିବାକୁ ହେବ । ସବୁ ତଥ୍ୟକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଉଛି ।

ଜୁଲାଇ ମାସର ସଂକ୍ରମିତ, ଟେଷ୍ଟିଂ ଓ ମୃତ୍ୟୁ ସଂଖ୍ୟାର ପ୍ରତିଦିନର ରିପୋର୍ଟ

ତାରିଖ--ଟେଷ୍ଟିଂ----ସଂକ୍ରମିତ----ମୃତ୍ୟୁ------TPR
୧- - 74000 - 3087 - 45 - 4.17%
୨- - 74225 - 3222 - 46 - 4.34%
୩- - 71554 - 2917 - 45 - 4.07%
୪- - 71122 - 2870 - 42 - 4.03%
୫- - 74740 - 2803 - 52 - 3.75%
୬- - 63184 - 2487 - 51 - 3.93%
୭- - 74468 - 2602 - 59 - 3.49%
୮- - 72645 - 2542 - 57 - 3.49%
୯- - 78560 - 2806 - 61 - 3.57%
୧୦- - 75653 - 2334 - 58 - 3.08%
୧୧- - 78466 - 2282 - 65 - 2.90%
୧୨- - 72754 - 1993 - 63 - 2.73%
୧୩- - 62410 - 1930 - 68 - 3.09%
୧୪- - 69287 - 2074 - 65 - 2.99%

ଗତ 14 ଦିନରେ ମୋଟ - 35,949 ସଂକ୍ରମିତ ଚିହ୍ନଟ ହୋଇଥିବା 777 ଜଣଙ୍କ ଜୀବନ ନେଲାଣି କିଲର କୋରନା ।

- ଜୁନ ମାସର 30 ଦିନରେ 1,44,776 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 1264 ମୁଣ୍ଡ ନେଇଛି ମହାମାରୀ ।

- ମେ ମାସରେ 3,20,803 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରନାରୁ 711 ମୁଣ୍ଡ ଗଡ଼ିଛି ।

- ସେହିପରି ଏପ୍ରିଲ ମାସରେ 1,13,591 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 118 ଜଣଙ୍କ ମୁଣ୍ଡ ଗଡ଼ିଛି ।

ଅନ୍ୟପଟେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ନଜର ଆସୁଛି । ତେବେ ମୃତ୍ୟୁସଂଖ୍ୟାକୁ ନେଇ ଭିନ୍ନ ଯୁକ୍ତି ବାଢିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ଯୁକ୍ତି ହେଲା, ପ୍ରତ୍ୟେକ ଦିନ ଯେଉଁ ମୃତ୍ୟୁ ସଂଖ୍ୟା ପ୍ରଦାନ କରାଯାଉଛି, ତାହା ଗତ 24 ଘଣ୍ଟାର ନୁହେଁ । କିଛି ଗତ 24 ଘଣ୍ଟାର, ଆଉ କିଛି ଅତୀତର ମୃତ୍ୟୁର ବିବରଣୀ । ମୃତ୍ୟୁ ଅଡିଟ୍ ପ୍ରକ୍ରିୟା ଠିକ୍ ଭାବରେ କରାଯାଇ ଏଥିରେ ଯୋଡ଼ା ଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.