ETV Bharat / city

କମୁଛି ସଂକ୍ରମଣ, ଅନଲକ ନେଇ ହୋଇପାରେ ବଡ ଘୋଷଣା

author img

By

Published : Jun 16, 2021, 11:14 AM IST

Updated : Jun 16, 2021, 1:12 PM IST

ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ଗୁରୁବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରୁଥିବାବେଳେ ଆଗକୁ ରାଜ୍ୟରେ ଲକଡାଉନ ବଳବତ୍ତର ରହିବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଆଜି ଅପରାହ୍ନ 1 ଟା 30ରେ ଜଣାଇବେ ବୋଲି ସୂଚନା ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ସନ୍ଧ୍ୟାରେ ଅନଲକ ନେଇ ହୋଇପାରେ ଘୋଷଣା

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ପଜିଟିଭିଟି ରେଟ୍ କମିବା ସହ ଦେଶ ତଥା ରାଜ୍ୟରେ ମଧ୍ୟ ମୃତ୍ୟୁହାର ହ୍ରାସ ପାଉଛି । ଯାହାଫଳରେ ଆସନ୍ତାକାଲି(ଗୁରୁବାର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରୁଥିବାବେଳେ ଆଗରୁ ରାଜ୍ୟରେ ଲକଡାଉନ ବଳବତ୍ତର ରହିବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଆଜି(ବୁଧବାର) ଅପରାହ୍ନରେ ନିଷ୍ପତ୍ତି ନେବେ । ଏନେଇ ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କମୁଛି ସଂକ୍ରମଣ, ଅପରାହ୍ନରେ ଅନଲକ ନେଇ ହୋଇପାରେ ବଡ ଘୋଷଣା
ସମସ୍ତ ଡାଟା ସର୍ଭେ କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ । ସେପଟେ DMET ସିବିକେ ମହାନ୍ତିଙ୍କ କହିଛନ୍ତି ଯେ ଧୀରେ ଧୀରେ ସଂକ୍ରମଣ କମିବା ସହ ମୃତ୍ୟୁହାର କମୁଛି । ଆଶା ରହିଛି ଯେ ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ । ଲୋକେ ସଚେତନ ହେଲେ କୋରୋନା ନିୟନ୍ତ୍ରଣ ହେବ । ଅନଲକ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ହେବ । ତେବେ ବର୍ତ୍ତମାନ ରାଜ୍ୟରେ କମସଂଖ୍ୟକ ରୋଗୀ ଆଇସିୟୁରେ ରହିଛନ୍ତି ବୋଲି DMET ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 16, 2021, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.