ETV Bharat / city

Omicron Fear: ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍‌, ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ - ନୂଆ ବର୍ଷରେ ଆସିପାରେ ନୂଆ କୋଭିଡ ଗାଇଡଲାଇନ୍‌

ରାଜ୍ୟରେ ଦୁଇଜଣ ଓମିକ୍ରନ ଭାରିଆଣ୍ଟ୍‌ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଅଧିକ ପଢ଼ନ୍ତୁ

Omicron Fear: ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍‌, ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

author img

By

Published : Dec 22, 2021, 4:08 PM IST

ଭୁବନେଶ୍ବର: ରାଜ୍ୟରେ ଦୁଇଜଣ ଓମିକ୍ରନ ଭାରିଆଣ୍ଟ୍‌ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ଓ ରାଜ୍ୟ ସରକାର ଉଭୟ ଚିନ୍ତାରେ ପଡ଼ି ଯାଇଛନ୍ତି । ଓମିକ୍ରନ ରାଜ୍ୟରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ରାଜ୍ୟ ସରକାର ଆଜି(ବୁଧବାର) ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ଓମିକ୍ରନ ଭାରିଆଣ୍ଟ୍‌ର ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Omicron Fear: ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍‌, ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଏହା ବି ପଢନ୍ତୁ: ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ସୂଚନା ଦେଲେ କଟକ ADMO

ସମସ୍ତ ସ୍ଥାନରେ ସ୍ଥିତି ଦେଖି କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ସମସ୍ତ ଜିଲ୍ଲାରେ ସର୍ଭେଲାନ୍ସ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ପ୍ରଥମ କିମ୍ବା ଦ୍ବିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି, ଯଥାଶୀଘ୍ର ସେମାନଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ଏହା ଛଡ଼ା ଯେଉଁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ତାଙ୍କ ନମୁନାର ଜେନମ ସିକ୍ୟୁଏନ୍ସିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯେଉଁ ସଂକ୍ରମିତଙ୍କ ସିଟି ଭାଲ୍ୟୁ୍‌ କମ ରହିବ ସେମାନଙ୍କ ଜେନମ ସିକ୍ୟୁଏନ୍ସିଂ କରାଯିବ । ଓମିକ୍ରନ୍‌ ଭାରିଆଣ୍ଟ୍‌ର ସଂକ୍ରମଣ କ୍ଷମତାକୁ ଦୃଷ୍ଟିରେ ରଖି ନୂଆ ବର୍ଷରେ ନୂଆ ଗାଇଡଲାଇନ୍‌ ଆସିପାରେ ।

ଏହା ବି ପଢନ୍ତୁ: Omicron Scare: ଆସୁଛି ପିକ୍‌ନିକ ଋତୁ, ନିୟମ କଡାକଡି ଆବଶ୍ୟକ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ସେପଟେ ସ୍କୁଲ୍‌ ବା କଲେଜ ହଷ୍ଟେଲ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡର କୌଣସି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଯାଞ୍ଚ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ରିପୋର୍ଟ ନ ଆସିବା ଯାଏଁ ସେମାନଙ୍କୁ ଅଲଗା ରହିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.