ETV Bharat / city

ଆକର୍ଷଣୀୟ ହେବ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ, ଚାଲିଛି ବିକାଶ କାମ - ନୌବାଣିଜ୍ୟ

ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ପରିଚାଳନା ବ୍ୟବସ୍ଥା ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଆର୍ଥିକ ବ୍ୟବସ୍ଥା ଲାଗି କର୍ପସ ପାଣ୍ଠି ବୃଦ୍ଧି କରାଯିବ । ଅଧିକ ପଢନ୍ତୁ..

ଆକର୍ଷଣୀୟ ହେବ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ, ଚାଲିଛି ବିକାଶ କାମ

author img

By

Published : Apr 9, 2021, 9:47 PM IST

ଭୁବନେଶ୍ବର: ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଭୁବନେଶ୍ବର ସେଚ ସଦନରେ ଅନୁଷ୍ଠିତ ହୋଇଛି । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଅନନ୍ୟ ସ୍ମୃତି ବହନ କରୁଥିବା କଟକ ଯୋବ୍ରାସ୍ଥିତ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି ।

ଆକର୍ଷଣୀୟ ହେବ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ, ଚାଲିଛି ବିକାଶ କାମ
ଆକର୍ଷଣୀୟ ହେବ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ, ଚାଲିଛି ବିକାଶ କାମ
ଏହି ପରିପ୍ରେକ୍ଷୀରେ ସଂଗ୍ରହାଳୟର ବର୍ତ୍ତମାନର ସ୍ଥିତି, ରକ୍ଷଣାବେକ୍ଷଣ ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଆଗାମୀ ଦିନରେ ଏଠାକୁ ଯେପରି ଅଧିକ ପର୍ଯ୍ୟଟକ ଓ ଦର୍ଶକ ଆସିବେ ସେ ନେଇ ବ୍ୟବସ୍ଥା କରାଯିବ । ଅଗାମୀ ଦିନରେ ଏହାକୁ ଆହୁରି ଆକର୍ଷଣୀୟ କରିବା ସହ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରିବା ଲାଗି ପଦକ୍ଷେପ ନିଆଯିବ । ଏ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ସଂଗ୍ରହାଳୟରେ ଥିବା ନୌବାଣିଜ୍ୟର ପ୍ରାଚୀନ ଐତିହ୍ୟ, ୱାର୍କସପ୍, ଆକ୍ୟୁଏରିୟମର ମାଛ, ଭୁଲଭୁଲେୟା ଆଦି ଦର୍ଶକମାନଙ୍କ ପାଇଁ ମନଛୁଆଁ ହୋଇପାରୁଛି । ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ପରିଚାଳନା ବ୍ୟବସ୍ଥା, ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଆର୍ଥିକ ବ୍ୟବସ୍ଥା ଲାଗି କର୍ପସ ପାଣ୍ଠି ବୃଦ୍ଧି କରାଯିବ । ରାଜ୍ୟ ଯୋଜନାରେ ଆର୍ଥିକ ବ୍ୟବସ୍ଥା ତଥା ନିର୍ଦ୍ଦେଶକ ପଦବୀ ପୂରଣ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି ।ପରବର୍ତ୍ତୀ ସମୟରେ ନୌବାଣିଜ୍ୟ ସଂଗ୍ରାଳୟର ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଭିସି ମାଧ୍ୟମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସ୍ଵତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ, ଡିଜାଇନ୍ ଇଂ ବାଲେଶ୍ବର ନାଥ ସାହୁ, ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ ଚଣ୍ଡେଶ୍ଵର ବେହେରା, ମହାନଦୀ ସାଉଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ରାଜେଶ ମହାନ୍ତି ପ୍ରମୁଖ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.