ETV Bharat / city

ଏଣିକି ସକାଳ 9.30ରୁ ଅପରାହ୍ଣ 4.30 ପର୍ଯ୍ୟନ୍ତ ଖୋଲାରହିବ ସ୍କୁଲ

author img

By

Published : Sep 18, 2019, 1:32 PM IST

Updated : Sep 18, 2019, 2:44 PM IST

ରାଜ୍ୟରେ ଥିବା ସରକାରୀ ସ୍କୁଲର ସମୟସୀମାକୁ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ସାଢେ 9ଟାରୁ ସାଢେ 4ଟା ପର୍ଯ୍ୟନ୍ତ ଖୋଲାରହିବ ସ୍କୁଲ ।

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥା ବଦଳାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ବଦଳିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସ୍କୁଲ ଆସିବା ସମୟ । ଏଣିକି ସକାଳ ସାଢେ 9ଟାରୁ ଅପରାହ୍ନ ସାଢେ 4ଟା ପର୍ଯ୍ୟନ୍ତ ଖୋଲା ରହିବ ବିଦ୍ୟାଳୟ । ଏହି ମର୍ମରେ ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

school time change
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶ୍ରେଣୀ ଗୃହରେ ପଡିବ ମ୍ୟାଟ, ପିଲାଙ୍କୁ ଯୋଗାଇ ଦିଆଯିବ ଫିଲଟର ପାଣି । ସ୍କୁଲ ସମୟରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରେଜିଷ୍ଟ୍ରାରେ କରାଯିବ ପଞ୍ଜିକୃତ। ଏପରିକି କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାଇପାରିବେ ନାହିଁ । ପୂର୍ବରୁ ସରକାରୀ ସ୍କୁଲ ସମୟ ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହେଉଥିଲା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ସ୍କୁଲ ର ନୂଆ ନିୟମ ଲାଗୁ ହୋଇଛି ।ଏନେଇ ରାଜ୍ୟର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ଚିଠି ଲେଖିଛନ୍ତି ବିଇଓ ସୂଚନା ଅନୁସାରେ

Body:ଶ୍ରେଣୀ ଗୃହରେ ପଡିବ ମ୍ୟାଟ୍ ,ସ୍କୁଲ ସମୟ ଭିତରେ ଅଫିସ ଆସିବା ମନା ।ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ୯.୩୦, ୪.୩୦ ଯାଏ ହେବ । ଏହା ସହ ସମସ୍ତ ସ୍କୁଲ ର ପିଲାମାନଙ୍କୁ ଫିଲଟର ପାଣି ଯୋଗାଇ ଦିଆଯିବ । କେତେବେଳେ କେଉଁ ସମୟରେ କିଏ କିଏ ସ୍କୁଲ କୁ ଆସିଲେ ସେନେଇ ରେଜିଷ୍ଟାର ମେଣ୍ଟେନ କରିବା କୁ ନିର୍ଦ୍ଦେଶ ଦିଆଯାଇଛି । Conclusion:ମଧ୍ୟାହ୍ନ ଭୋଜନ ସମୟରେ ଶିକ୍ଷକ ଉପସ୍ଥିତ ରହିବାକୁ ହୋଇଛି ନିଷ୍ପତ୍ତି ।୯.୩୦ ପୂର୍ବରୁ ସ୍କୁଲ କୁ ଶିକ୍ଷକ ଆସିବେ ଏବ ୪.୩୦ ପରେ ସ୍କୁଲ ଛାଡିବେ ।ଏହି ନିୟମ ଯେଉଁ ସ୍କୁଲ ଭଲ ଭାବରେ କାର୍ଯ୍ୟକାରୀ କରିବେ ସେମାନଙ୍କୁ ଗାରିମା ଆଓ୍ଵାର୍ଡ ମିଳିବ ।
Last Updated : Sep 18, 2019, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.