ଜଙ୍ଗଲ ନିଆଁକୁ ନେଇ ସତର୍କ ରାଜ୍ୟ ସରକାର, ଆଗାମୀ ଦିନରେ ବୃଦ୍ଧି ପାଇବ ତାପମାତ୍ରା - ଜଙ୍ଗଲ ନିଆଁକୁ ନେଇ ସତର୍କ ରାଜ୍ୟ ସରକାର
ବର୍ତ୍ତମାନ ରାଜ୍ୟରେ ବନାଗ୍ନି ସମ୍ପୂର୍ଣ୍ଣ ରୂପେ ଆୟତ୍ତାଧିନ ଅଛି। ତେବେ ଆଗାମୀ ଦିନରେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ରହିବ ବୋଲି ଆଶଙ୍କା କରାଯାଉଛି। ଅଧିକ ପଢନ୍ତୁ...
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନାଗ୍ନି ସମ୍ପୂର୍ଣ୍ଣ ରୂପେ ଆୟତ୍ତାଧିନ ଅଛି। ରାଜ୍ୟ ସରକାର ନିୟମିତ ବନାଗ୍ନି ସ୍ଥିତିକୁ ସମୀକ୍ଷା କରିବା ସହିତ ତାକୁ ପ୍ରଶମିତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।
କ୍ଷେତ୍ର କର୍ମଚାରୀମାନେ ନିଆଁଲିଭା ଦଳ, କର୍ମଚାରୀ, ଅଗ୍ନିଶମ କର୍ମକାରୀ ଓ ଜିଲ୍ଲା ପ୍ରଶାସନ ସହିତ ମିଶି ବନାଗ୍ନିକୁ ହ୍ରାସ କରିବା ନିମନ୍ତେ ସଜାଗ ରହିଛନ୍ତି । ତେବେ ଆଗାମୀ ଦିନରେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ରହିବ ବୋଲି ଆଶଙ୍କା କରାଯାଉଛି।
କ୍ଷେତ୍ର କର୍ମଚାରୀମାନେ ଭିଏସଏସ, ପିଆରଆଇ ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ 24 ଘଣ୍ଟିଆ ନିୟୋଜିତ ରହିଛନ୍ତି । ରାଜ୍ୟର ବନାଗ୍ନି ସ୍ଥିତିକୁ ଆୟତ୍ତରେ ରଖିବା ଯାଇଁ ନିରନ୍ତର ଭାବରେ ଅନଲାଇନରେ ତଦାରଖ କରିବା ସହ ସମୀକ୍ଷା କାର୍ଯ୍ୟ କରାଯାଉଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ