ETV Bharat / city

ବଢିଲା ଗୋଷ୍ଠୀବୀମା ରାଶି, ଉପକୃତ ହେବେ ଶିକ୍ଷାନୁଷ୍ଠାନର ପ୍ରାୟ ୨.୪୦ ଲକ୍ଷ କର୍ମଚାରୀ - ଶିକ୍ଷାନୁଷ୍ଠାନ

ବିଭିନ୍ନ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ଗୋଷ୍ଠୀବୀମା ଯୋଜନାରେ ଅନ୍ତର୍ଭୁକ୍ତ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି; ଗୋଷ୍ଠୀବୀମା ଯୋଜନାରେ ଉପକୃତ ହେବେ ଶିକ୍ଷାନୁଷ୍ଠାନର ପ୍ରାୟ ୨.୪୦ ଲକ୍ଷ କର୍ମଚାରୀ

author img

By

Published : Oct 19, 2021, 9:22 AM IST

ଭୁବନେଶ୍ବର : କର୍ମଚାରୀଙ୍କ କଲ୍ୟାଣକୁ ଦୃଷ୍ଟି ରଖି ଗୋଷ୍ଠୀବୀମା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ମର୍ମରେ ବିଭିନ୍ନ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ଗୋଷ୍ଠୀବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କର୍ମଚାରୀମାନଙ୍କର ଗୋଷ୍ଠୀବୀମା ଦେୟ ବାବଦରେ ଅର୍ଥ ବିଭାଗ ବିଜ୍ଞପ୍ତି ଉପରେ ଆଲୋଚନା ହୋଇଛି । ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।

ଚଳିତ ମାସ ୮ ତାରିଖ ଦିନ ପ୍ରକାଶିତ ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ କର୍ମଚାରୀମାନଙ୍କର ଦୁଇଟି ସ୍ତର ଗଠନ କରାଯାଇ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ଼୍‌ ପେ ଥିବା କର୍ମଚାରୀମାନଙ୍କଠାରୁ ପୂର୍ବରୁ ୭୫୦୦ ଟଙ୍କା ବୀମାଦେୟ ଥିବାବେଳେ ତାହାକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପର୍ଯ୍ୟାୟର କର୍ମଚାରୀମାନଙ୍କ ଚାକିରି ଅବଧିରେ ମୃତ୍ୟୁ ହେଲେ ୧.୫ ଲକ୍ଷ ଟଙ୍କା ଏକକାଳୀନ ମିଳିବା ସହ ଅନ୍ତେଷ୍ଟିକ୍ରିୟା ପାଇଁ ମଧ୍ୟ ୫ ହଜାର ଟଙ୍କା ମିଳୁଥିବାବେଳେ ଏହାକୁ ଏବେ ୪ ଲକ୍ଷ ଟଙ୍କା ଏବଂ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅନୁରୂପ ଭାବରେ ୫୪୦୦ ଟଙ୍କା ବା ତା ଉର୍ଦ୍ଧ୍ବରୁ ଗ୍ରେଡ୍‌ ପେ ରହିଥିବା କର୍ମଚାରୀମାନଙ୍କଠାରୁ ପୂର୍ବରୁ ବୀମାଦେୟ ୧୨ ହଜାର ଟଙ୍କା ନିଆଯାଉଥିବାବେଳେ ତାହାକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଚାକିରି ଅବଧିରେ ମୃତ୍ୟୁ ହେଲେ ଏକକାଳୀନ ୬ ଲକ୍ଷ ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୧୦ ହଜାର ଟଙ୍କା ମିଳିବ ବୋଲି ଜଣାଯାଇଛି । ଆଗାମୀ ନଭେମ୍ବର ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବେତନ ପ୍ରଦାନକାରୀ ଅଧିକାରୀ (ଡିଡିଓ)ମାନେ ନିଜ ଉତ୍ସରୁ କର୍ମଚାରୀମାନଙ୍କ ବର୍ଦ୍ଧିତ ଗୋଷ୍ଠିବୀମା ଅଗ୍ରୀମ ଦେୟ ଅନୁମୋଦନ କରିବେ । ପରେ ସେମାନଙ୍କ ମାସିକ ବେତନରୁ ୧୦ଟି ସମାନ କିସ୍ତିରେ ଏହି ଅର୍ଥ ଭରଣା କରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଶିକ୍ଷାନୁଷ୍ଠାନର ପ୍ରାୟ ୨.୪୦ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏ ନେଇ ନିର୍ଦ୍ଦେଶ ଦିଆଯାଇଥିବା କଥା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ପେନ୍‌ସନ୍‌ ନିୟମକୁ ସଂଶୋଧନ କରି କର୍ମଚାରୀ ଦେଉଥିବା ୧୦ ପ୍ରତିଶତ ରାଶି ଲାଗି ସରକାରଙ୍କ ତରଫରୁ ୧୪% ସମଭାଗ ଅଂଶ ଏପ୍ରିଲ ପହିଲା ୨୦୨୧ରୁ ପିଛିଲା ଭାବେ ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.