ETV Bharat / city

ବିତରଣ କମ୍ପାନୀକୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର: ନିରଞ୍ଜନ - ରାଜ୍ୟ କଂଗ୍ରସ ସଭାପତି

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ....

ବିତରଣ କମ୍ପାନୀକୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର: ନିରଞ୍ଜନ

author img

By

Published : Mar 30, 2021, 8:31 PM IST

Updated : Mar 30, 2021, 9:28 PM IST

ଭୁବନେଶ୍ବର : ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ବିଦ୍ୟୁତ ବିତରଣ କମ୍ପାନୀକୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏ ଭଳି ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ଆସନ୍ତା ସପ୍ତାହରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ।

ବିତରଣ କମ୍ପାନୀକୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର: ନିରଞ୍ଜନ

କୋରନା କାଳରେ ସମସ୍ତଙ୍କର ଆୟ କମିଛି । ବିଶେଷ କରି ଗରିବ, ମଜଦୂର, ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଏପଟେ ସରକାର ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି କରି ଚାଲିଛନ୍ତି । 6 ମାସ ତଳେ 20 ପଇସା ଆଉ ଏବେ 30 ପଇସା ବୃଦ୍ଧି କରିଛନ୍ତି । ଫଳରେ ସବୁ ବର୍ଗର ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ । ବିଦ୍ୟୁତ ବିତରଣ କ୍ଷେତ୍ରରେ ସରକାର ସମୁର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ବସିଛନ୍ତି । ବିଦ୍ୟୁତ ବିତରକ କମ୍ପାନୀକୁ ଲାଭ ଦେଇ ସରକାର ଦଳୀୟ ପାଣ୍ଠି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଓଇଆରସି ଓ ରାଜ୍ୟ ସରକାର ମିଳିତ ଭାବେ ବିଦ୍ୟୁତ ଶୁଳ୍କ ବଢ଼ାଇ ନିଜର ଲାଭ ବଢ଼େଇ ଚାଲିଛନ୍ତି । ଅନ୍ୟପଟେ ବିଦ୍ୟୁତ କ୍ରୟ ଓ ବଣ୍ଟନ ବାବଦରେ ସମେତ ତଥ୍ୟ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ କଂଗ୍ରେସ ଦଳ ନିନ୍ଦା କରିଛି । ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ । ନହେଲେ ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲେଇବା ପାଇଁ କଂଗ୍ରେସ ଚେତାବନୀ ମଧ୍ୟ ଦେଇଛି । ଜିଲ୍ଲା, ବ୍ଲକ ଓ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ନଗର ଓ ସହରରେ କ୍ୟାଣ୍ଡେଲ ମାର୍ଚ୍ଚ କରିବ ଦଳ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 30, 2021, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.