ଭୁବନେଶ୍ବର: ରାଜ୍ୟରେ 15 ରୁ 18 ବର୍ଷ ପିଲାଙ୍କ ଟୀକକରଣ (Covid19 Child Vaccination) ନେଇ ଆଜି କେନ୍ଦ୍ର-ରାଜ୍ୟ ମଧ୍ୟରେ ବୈଠକ ହୋଇଛି । ଉଭୟ ଅନଲାଇନ ଓ ଅନସାଇଟରେ ପଞ୍ଜିକରଣ କରି ଟିକା ନେଇପାରିବେ 15 ରୁ 18 ବର୍ଷ ପିଲା।
ଯେଉଁମାନଙ୍କ ଜନ୍ମ 2007 ଜାନୁଆରୀ 1 ପୂର୍ବରୁ ହୋଇଥିବ ସେହିମାନେ ଟୀକା ନେବା ଯୋଗ୍ୟ ହେବେ । ଟୀକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରି ପାରିବେ। କେନ୍ଦ୍ର- ରାଜ୍ୟ ବୈଠକ ପରେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା। 15 ରୁ 18 ବର୍ଷ ପିଲା ଯେଉଁମାନଙ୍କ ଜନ୍ମ 2007 ଜାନୁଆରୀ 1 ପୂର୍ବରୁ ହୋଇଥିବ ସେହିମାନେ ଟୀକା ନେବା ଯୋଗ୍ୟ ହେବେ । ଟୀକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରି ପାରିବେ। ଟୀକାକରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟୀକାକରଣ ଲାଗି ସ୍ଥାନ ବଛାଯିବ । ଯେଉଁଠି ସୁବିଧା ହେବ କିଶୋରଙ୍କ ଟୀକା ଅଲଗା କରାଯିବ ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟୀକାକରଣ ଚାଲିଛି ସେହି ଠାରେ ଅଲଗାଲାଇନ କରି ଟୀକା ଦିଆଯିବ। କିଶୋରଙ୍କ ଟୀକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ 28 ଦିନ ରହିବ ।
ସେହିପରି ବରିଷ୍ଠ ନାଗରିକ ମାନେ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ତେବେ ବରିଷ୍ଠ ନାଗରିକ ମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରିକ୍ୟୁସନ ଡୋଜ ନେବାକୁ ଆସିବେ । ଯଦି ସେମାନଙ୍କ ଡାକ୍ତର ପ୍ରିକ୍ୟୁସନ ଡୋଜ ନେବାକୁ କହିଥିବେ । ତାହାଲେ ସେମାନଙ୍କୁ ପ୍ରିକ୍ୟୁସନ ଡୋଜ ଦିଆଯିବ । ବରିଷ୍ଠ ନାଗରିକ କ୍ଷତ୍ରରେ ଦ୍ବିତୀୟ ଡୋଜର 9 ମାସ ପରେ ପ୍ରିକ୍ୟୁସନ ଡୋଜ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପଣିଗ୍ରାହୀ।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ