ଭୁବନେଶ୍ବର: ଆସିଲା ଡିସେମ୍ବର ମାସ ପାଇଁ କୋଭିଡ ଗାଇଡଲାଇନ । ଚଳିତ ମାସ ଗାଇଡଲାଇନରେ କୋରୋନା ସଂକ୍ରମଣୃକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ । ଏଥିସହ କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।
ଏହାଛଡା ଚଳିତ ମାସରେ ଶିକ୍ଷାନୁଷ୍ଠାନ ଖୋଲିବ ନା ନାହିଁ ସେନେଇ ଗଣଶିକ୍ଷା, ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ।
ସେହିପରି ସିନେମା ହଲ, ମଲ୍ଟିପ୍ଲେକ୍ସ, ସ୍ବିମିଂ ପୁଲ ବନ୍ଦ ରହିବ । ଏହାଛଡା ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି କମିଶନର ନିଷ୍ପତ୍ତି ନେଇପାରିବେ । ଏନେଇ ଅନୁମତି ଦେଇପାରିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ